Stay tuned to my blog - 'ନଉକା' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 






ଏକ ସୁ
ରଭିତ ସମୟ ସୁଅର ସୁନେଲି ପ୍ରବାହରେ ଜୀବନର ମଧୁବେଳାକୁ ପାଥେୟ କରି ଭାସି ଯାଉଥିବା ମଣିଷମାନେ ଏ ବିଶ୍ଵର ଅଗଣିତ ସର୍ବସାଧାରଣ ଜନତାଙ୍କର ସଂଘର୍ଷମୟ କାହାଣୀ ସହ ଅପରିଚିତ ଭାବେ ଅଭିନୟ କରନ୍ତି ସତ; କିନ୍ତୁ ସମୟର କେଉଁ ଏକ ନୀରବ ମୁହୂର୍ତ୍ତରେ ସେମାନେ ବି ବର୍ତ୍ତମାନର ଏ ସ୍ତରକୁ ଉନ୍ନୀତ ହୋଇ ଏକ ସଂଘର୍ଷମୟ ପଥ ଦେଇ ଆସିଥିବା କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସାଧନା ବିନା ସଫଳତା ଏ ବିଶ୍ୱ ମଣ୍ଡଳରେ ସର୍ବଦା ସମ୍ପୂର୍ଣ୍ଣ ଅସମୀଚୀନ ଓ ଅସମ୍ଭବ ମନେ ହୁଏ। ସମ୍ପୂର୍ଣ୍ଣ ସଫଳମୟ ଜୀବନ ବଞ୍ଚିବା ପାଇଁ ପ୍ରତିଟି ଆତ୍ମା ନିଜ ମଧ୍ୟରେ ଥିବା ଅହଂଭାବକୁ ପରିତ୍ୟାଗ କରି ନିର୍ଭୀକତାର ସହ ରାସ୍ତା ଚାଲିବା ବାଞ୍ଛନୀୟ। କର୍ମ ପ୍ରତି ସମର୍ପଣ ଭାବ ଓ ପ୍ରେମ ଭାବ ସୃଷ୍ଟି ନ ହେବା ଯାଏ ମଣିଷ ପ୍ରସାରଣଶୀଳ ହୋଇ କାର୍ଯ୍ୟ ସମ୍ପାଦନ କରିପାରେ ନାହିଁ। ମଣିଷ ମନରେ ଭ୍ରମ ଓ ଭୟ ସୃଷ୍ଟି କରୁଥିବା ପ୍ରତିଟି ଉପାଦାନ ମଣିଷକୁ ତା କର୍ମ ପଥରୁ ବିଚ୍ୟୁତ କରିଥାଏ। କାରଣ ଭ୍ରମ ଓ ଭୟ ମଣିଷକୁ ବିଷାଦର ଅଥଳ ସାଗରରେ ନିକ୍ଷେପ କରେ ଓ ଆତ୍ମ ବିଶ୍ୱାସକୁ ହ୍ରାସ କରିଦିଏ। ତେଣୁ ପ୍ରତିଟି ଆତ୍ମ ବିଶ୍ଵାସୀ ମଣିଷ ଭ୍ରମ ଓ ଭୟର ବଶବର୍ତ୍ତୀ ନ ହୋଇ ନିର୍ଭୀକ ହୋଇପାରିଲେ ସଫଳତା ଆପେ ଆପେ ପ୍ରାପ୍ତ ହୁଏ। ପ୍ରତିଟି ସଫଳକାମୀ ମଣିଷ ଏ ବିଶ୍ଵ ପୃଷ୍ଠରେ ସହାନୁଭୂତି ଅପେକ୍ଷା ନିଜର କାର୍ଯ୍ୟ ଦକ୍ଷତା ଓ ଆତ୍ମାଭିମାନ ଅପେକ୍ଷା ସ୍ଵାଭିମାନରେ ବିଶ୍ଵାସ ପୋଷଣ କରିଥାଏ। ଏଥି ସାଙ୍ଗକୁ ବ୍ୟକ୍ତି ସ୍ଵାଧୀନତା ତା’ର ଏ ଯାତ୍ରା ପଥକୁ ସୁରଭିତ କରିଥାଏ। ସୁରଭିତ ସମୟର ସୁନେଲି ସୁଅରେ ପ୍ରବାହିତ ମଣିଷମାନେ ତେଣୁ ନିଜ ଅତୀତକୁ ନ ଭୁଲି ଯାଇ ଅଗଣିତ ଆତ୍ମାଙ୍କର ଭାବ ପ୍ରବଣତା ପ୍ରତି ସମ୍ମାନ ଦେଇ ସେମାନଙ୍କୁ ଆଦରି ନେଇ ପାରିଲେ ହିଁ ଆମ ସମାଜ ଏକ ସକରାତ୍ମକ ସମୟ ଆଡ଼କୁ ଗତିଶୀଳ ହୋଇପାରିବ। ତେଣୁ ଆସନ୍ତୁ, ସେ ଆତ୍ମାମାନଙ୍କୁ ଏ ଦିଗରେ ପ୍ରେରିତ କରିବାକୁ ଉତ୍ସାହିତ କରିବା।

 

Comments