ବର୍ତ୍ତମାନ ସେମାନଙ୍କ
ପାଇଁ ଅଧିକ ମୂଲ୍ୟବାନ । ଭବିଷ୍ୟତ
ସେମାନଙ୍କ ପାଇଁ ଭରସାହୀନ – ଅତୀତ ସେମାନଙ୍କ ପାଇଁ ମୃତପ୍ରାୟ । କାରଣ ସେମାନେ
ବୁଝିସାରିଛନ୍ତି ଯେ , ଯଦି ଆସନ୍ତାକାଲି ନ ଆସିବ , ଏ
ସାରା ପୃଥିବୀରେ ନିରାଶାର ବାଦଲ ଘୋଟିଯିବ ।
ସେମାନେ ରଶ୍ମିଯୁକ୍ତ । ମାୟାର କୁହେଳିକା ସେମାନଙ୍କ ତେଜରେ ଶୂନ୍ୟରେ ମିଳେଇଯାଏ
। ସେମାନଙ୍କ ଭିତରେ ଅଛି ମନୁ ଆଉ ଶତ୍ରୁପା ଉଭୟଙ୍କ
ଅସ୍ତିତ୍ଵ । ତେଣୁ ତ ସେମାନେ ସ୍ଵୟଂସିଦ୍ଧ, ମନୁ ଆଉ ଶତ୍ରୁପାଙ୍କ ଭଳି ସେମାନେ
ସଂସାର ରଚିପାରିଛନ୍ତି । ସେମାନେ ତେଣୁ ପିତା, ମାତା ଉଭୟଙ୍କ ସ୍ୱରୂପ , ସେମାନେ
ହିଁ ତପସ୍ଵୀର ତପୋବନ । ସେମାନେ ତାଙ୍କ ତପୋବଳ ପାଇଁ ଅଭିମାନ କରନ୍ତିନି ବରଂ
ଅଯାଚିତ ଭାବେ ସେମାନଙ୍କ ତପୋବଳକୁ ବାଣ୍ଟି ଚାଲନ୍ତି ଏ ବିଶ୍ଵକୁ । ସତେ ଅବା
ସେମାନଙ୍କ ତପୋବଳ ସବ୍ୟସାଚୀର ଅକ୍ଷୟ ତୁଣୀର । ସେମାନେ ସନାତନୀ, ବିଜ୍ଞାନୀ ଏବଂ ଅନୁସନ୍ଧାନୀ । ସେମାନେ
ବୁଝିଛନ୍ତି ଯାତ୍ରା ହିଁ ଜୀବନ , ସ୍ଥାଣୁତ୍ଵ ହିଁ ମୃତ୍ୟୁ , ତେଣୁ ତ ସେମାନେ ଆଗେଇ
ଚାଲିଛନ୍ତି ଅନନ୍ତର ସନ୍ଧାନ ପାଇଁ ।
ସେମାନେ ନିଜ ଭିତରେ ଏ ଜଗତକୁ ଅନୁଭବ କରନ୍ତି ଏବଂ
ସେମାନଙ୍କର ସନାତନୀ ମନ୍ତ୍ରଧ୍ୱନିରେ ନିଜକୁ
ସମୀକ୍ଷା କରନ୍ତି । ଭୁଲ ଆଉ ଠିକର
ବିଶ୍ଳେଷଣ କରନ୍ତି । ସେମାନେ ପଳାୟନପନ୍ଥୀ ନୁହନ୍ତି ବରଂ ସମୟ ଓ ପରିସ୍ଥିତିର
ମୁକାବିଲା କରନ୍ତି, ସମାଧାନର ପନ୍ଥା
ଖୋଜନ୍ତି, ସେମାନେ ତ ଶାନ୍ତିର ସ୍ୱରୂପ .... ସୁତରାଂ ସେମାନେ ନିଜେ ନା କଦାକାର ହୋଇପାରନ୍ତି ନା ଅପରକୁ
କୁରୂପ କରିପାରନ୍ତି। ସେମାନେ ତେଣୁ ସୌନ୍ଦର୍ଯ୍ୟର ସୌନ୍ଦର୍ଯ୍ୟ । ଈଶ୍ଵର
ସତ୍ତାର ସୂକ୍ଷ୍ମ ଅନୁଭବ ସେମାନେ । ତେଣୁ ସେମାନେ ସାମାନ୍ୟ ସ୍ପର୍ଶରେ ବରଫ ଭଳି ତରଳି ଯାଆନ୍ତି
। ଧୋଇଦିଅନ୍ତି ସଂସାରର ସମସ୍ତ ଯାତନାକୁ । ସେମାନେ
ଦୟାଶୀଳ । ଭିକ୍ଷୁକର ଭିକ୍ଷା ସେମାନେ , କ୍ଷୁଧାର୍ତ୍ତର ଆହାର ବି ସେମାନେ, ତୃଷାର୍ତ୍ତର ଦିବ୍ୟ ପାନୀୟ ବି
ସେମାନେ , ଉତ୍କୋଚର ଘୋର ପ୍ରତିବାଦୀ ସେମାନେ, କାରଣ ସେମାନେ ଜାଣନ୍ତି ଉତ୍କୋଚ ହିଁ ଦୁଃଖର ଜନନୀ , ମାନସିକ
କଳୁଷତା ସେମାନଙ୍କୁ ସ୍ପର୍ଶ କରେନା । ସେମାନେ ଦିବ୍ୟଧାମର ଯାତ୍ରୀ । ( କ୍ରମଶଃ)
Comments
Post a Comment