ସେମାନେ ବୁଝିଛନ୍ତି ଯେ , ସ୍ଵଚ୍ଛତା ବିନା ସେମାନଙ୍କ ମନ-ଦର୍ପଣରେ
ଦୟାର ପ୍ରତିଫଳନ ଅସମ୍ଭବ । ତେଣୁ ସେମାନେ ସ୍ଵଚ୍ଛତାକୁ ସାଥି କରି
ନେଇଛନ୍ତି । ଏକ ରକ୍ତଭିଜା ସକାଳ ଅବା ଏକ ଅଗ୍ନିମୁଖା ସଞ୍ଜକୁ
ସେମାନେ ସ୍ଵାଗତ କରିପାରନ୍ତି ନାହିଁ । ସେମାନେ ବୁଝିଛନ୍ତି ଯେ , କର୍ତ୍ତବ୍ୟର ସିଡିରେ ଚଢିବାକୁ ହେଲେ
ସେମାନଙ୍କୁ ଫୁଲ ଭଳି କୋମଳ ହେବାକୁ ପଡିବ ଏବଂ ଚନ୍ଦ୍ର ଭଳି ଶୀତଳତା ବିତରଣ କରିବାକୁ ହେବ । ସେମାନେ
ଏ ସମାଜକୁ ଆହ୍ଵାନ ଦେଇ ଉଦଘୋଷଣ କରନ୍ତି , ‘’ ହେ ଆଲୋକସନ୍ଧାନୀଗଣ ,
କାହାରିକୁ କିଛି ଦାନ କରିବାରେ ଦୋଷ ନାହିଁ , କିନ୍ତୁ ବୁଝିବାକୁ ହେବ , ସେ ଦାନକୁ ଗ୍ରହଣ କରିବା ପାଇଁ ସେ ଉପଯୁକ୍ତ କି ନୁହଁ !!କାରଣ ଅପାତ୍ରରେ ଦାନ ଦେଲେ
ତାହା ମୂଲ୍ୟହୀନ ହୋଇପଡେ, ‘’ ଦୟାଶୀଳ
ବ୍ୟକ୍ତି ସର୍ବଦା ଈଶ୍ଵରଙ୍କର ପ୍ରିୟ ଏବଂ ଗୁଣଯୁକ୍ତ । ଗୁଣ ବିନା
ପ୍ରାଣୀ ଶ୍ମଶାନ ଭଳି ଏକାକୀ ହୋଇପଡେ । ସୁତରାଂ ସର୍ବଦା ଗୁଣ ଓ ଗୁଣୀର ସନ୍ଧାନ କରିବା ବିଧେୟ ।
ପୁନଶ୍ଚ ପବିତ୍ରତାର ପ୍ରତିମୂର୍ତ୍ତି ସେମାନେ । ତେଣୁ ତ ସେମାନେ କଲ୍ୟାଣକାରୀ । ପରିଶ୍ରମର ମୂଲ୍ୟ
ବି ବୁଝନ୍ତି ସେମାନେ । ପରିଶ୍ରମର ସୁମିଷ୍ଟ ଫଳର ସ୍ଵାଦକୁ ଅନୁଭବ କରିଛନ୍ତି
ସେମାନେ । ତେଣୁ ସେମାନେ ହାତ ପାତି କାହାରିଠାରୁ କିଛି ମାଗିବାକୁ
ଘୃଣା କରନ୍ତି । କାରଣ କାହାରିଠାରୁ କିଛି ମାଗି ଆଣିଲେ ପ୍ରାଣୀ ନ୍ୟୁନ
ହୋଇପଡେ ବୋଲି ସେମାନେ ଉପଲବ୍ଧି କରିଛନ୍ତି । ପରିଶ୍ରମଯୁକ୍ତ ବସ୍ତୁ ମୂଲ୍ୟଯୁକ୍ତ ଅଟେ । ପରିଶ୍ରମୀ
ଉଚ୍ଚ ସ୍ଥାନ ଲାଭ କରେ । ଏ ବିଶ୍ଵରେ ଈଶ୍ଵର ହିଁ ଏକମାତ୍ର ଦାତା । ତେବେ
ସେ ବିନା ପରିଶ୍ରମରେ କାହାରିକୁ କିଛି ଦିଅନ୍ତି ନାହିଁ। କର୍ମର ମହତ୍ଵକୁ ତେଣୁ ସେମାନେ ବୁଝିପାରିଛନ୍ତି । ତେଣୁ ସେମାନେ କୁହନ୍ତି , ‘’ କୌଣସି କର୍ମ କ୍ଷୁଦ୍ର ନୁହେଁ , କର୍ମ କରି ପ୍ରାଣୀ ନିଜକୁ ଶାଣିତ କରେ । ବିନା ସାହାରାରେ ରାସ୍ତା ଚାଲିପାରିଲେ ଆତ୍ମ
ବିଶ୍ଵାସ ବଢିଯାଏ । ମଣିଷ ପ୍ରତିକୂଳତାକୁ ଆପଣେଇ ନେଲେ ଧୈର୍ଯ୍ୟବାନ ହୁଏ ଓ ବିନା ସାହାରାରେ ବଞ୍ଚିବା ଶିଖିଯାଏ ।
Comments
Post a Comment