Stay tuned to my blog- " ପରିଚୟ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


            ଏ ସଂସାରରେ ‘ପରିଚୟ’ ଶବ୍ଦର ଅର୍ଥ ଅତୀବ ବ୍ୟାପକ । ‘ପରିଚୟ’ ଶବ୍ଦର ଅର୍ଥକୁ ଅନ୍ଵେଷଣ କରୁଥିବା ପ୍ରତ୍ୟେକ ପ୍ରାଣୀ ତା’ ମନର ଗହନ  ପ୍ରଦେଶକୁ ପ୍ରବେଶ କରିପାରିଲେ ହିଁ ସେ ତା’ ନିଜର ପରିଚୟ ନିଜେ ଖୋଜିପାରେ । ପ୍ରାଣୀ ଯେତେବେଳେ ମନର ଗହନ ପ୍ରଦେଶ ମଧ୍ୟରେ ଏକାନ୍ତରେ ପ୍ରବେଶ କରେ , ସେ ନିଜର ପ୍ରକୃତ ପରିଚୟ ନିଜେ ପାଇଥାଏ। ଅନ୍ତରର ଆଇନାରେ ନିଜେ ନିଜର ପ୍ରତିବିମ୍ବ ଦେଖି ସେ ନିଜର ସ୍ୱରୂପ ପାଇଁ ଆତ୍ମହରା ହୁଏ ଓ ଏ ସଂସାରରେ ଶାନ୍ତିର ବୀଜ-ବପନ କରି ଚାଲେ। କାରଣ ସେ ହିଁ ଶାନ୍ତିର ଦ୍ୟୋତକ । ତା’ ଭିତରେ ଏକକ ସୁଗଠିତ ବିଚାରଧାରା ଜନ୍ମ ନିଏ। ଚିତ୍ତକୁ ପ୍ରସନ୍ନ ରଖୁଥିବା ବ୍ୟକ୍ତି ସର୍ବଦା ସମାଜର ହିତକାରୀ ହୁଏ । କାରଣ ଚିତ୍ତଜ୍ୱଳନ ଏବଂ ଅଭିମାନ ମଣିଷକୁ କ୍ଳେଶ ହିଁ ଦେଇଥାଏ ଏବଂ ଆତ୍ମ ପରିଚୟ ପ୍ରଦାନ କରିବାରେ ଅସମର୍ଥ ହୁଏ ।

            ଆଇନାରେ ବାହ୍ୟ ପ୍ରତିବିମ୍ବ ଦେଖି ନିଜେ ଆତ୍ମହରା ହୋଇ ପଡୁଥିବା ମଣିଷଟେ ସମୟ ଅତିକ୍ରାନ୍ତ ହେଲେ ଦୁଃଖରେ ଭାଙ୍ଗିପଡ଼େ;  କାରଣ ତା’ର ସେହି ବାହ୍ୟ ସୌନ୍ଦର୍ଯ୍ୟ ଦୁଃଖର କାରଣ ହୁଏ, ସେ’ ନିଜେ ହିଁ ନିଜର ପ୍ରତିବିମ୍ବ ଦେଖି ଭୟଭୀତ ହୁଏ ଏବଂ ଅନୁତାପର ଗ୍ଲାନିରେ ଏକାନ୍ତରେ ସମସ୍ତଙ୍କ ଅଲକ୍ଷରେ ଛଟପଟ ହୁଏ । 

Comments