ସମ୍ମାନ ଦାବି କରୁଥିବା ପ୍ରତ୍ୟେକ ପ୍ରାଣୀ ନିଜ
ସମ୍ମାନ ରକ୍ଷା ପାଇଁ ଯତ୍ନବାନ ହେବା ବିଧେୟ , କଥାରେ ଅଛି , ‘’ ଆଲୋ ସଖୀ , ଆପଣା ମହତ ଆପେ
ରଖି ‘’। ଅନ୍ୟଥା ନିଜର ଗଙ୍ଗାଜଳସମ ପବିତ୍ର ସ୍ଵାଭିମାନ
ଭୂଲୁଣ୍ଠିତ ହୋଇଥାଏ । ମନର ଅଗଣାକୁ ବିବେକର ଝାଡୁରେ ପରିଷ୍କାର କରିପାରିଲେ
ପ୍ରାଣୀର ହୃଦୟରେ ସୁଚିନ୍ତା ଜନ୍ମ ନେଇଥାଏ ଏବଂ ଅନ୍ୟମାନଙ୍କ ପ୍ରତି ତା’ ଭିତରେ ସମ୍ମାନବୋଧ ଜାଗ୍ରତ ହୁଏ । ତେବେ
, ଏହି ସୁଚିନ୍ତା ଏବଂ ସମ୍ମାନବୋଧ ମଣିଷର ଗଭୀର ଭାବନାରୁ ଜାତ
ହୁଏ ।
ଈଶ୍ଵର ହେଉଛନ୍ତି ଏ ସୃଷ୍ଟିର ମାଲିକ । ସତ୍ୟର ସିଡ଼ି
ଦେଇ ହିଁ ପ୍ରାଣୀ ସୃଷ୍ଟିର ମାଲିକ ନିକଟରେ ପହଞ୍ଚିପାରେ ଏବଂ ଅନ୍ୟମାନଙ୍କ ପ୍ରତି ନିଜର
ସମ୍ମାନବୋଧକୁ ପ୍ରଦର୍ଶନ କରିପାରେ । ଅନ୍ୟ ପକ୍ଷରେ
ବିଳାସମୟ ଜୀବନ ମିଥ୍ୟାର ମୂଳଦୂଆ ଉପରେ ଗଢି ଉଠିଥିବା ଯୋଗୁଁ ମଣିଷକୁ ଲକ୍ଷ୍ୟଚ୍ୟୁତ କରାଏ । ଚଞ୍ଚଳମତି
ପ୍ରାଣୀ ସଫଳତାକୁ ସ୍ପର୍ଶ କରିପାରେନା । ମିଥ୍ୟା ଅଭିମାନ ମଧ୍ୟରେ ନିଜର ପବିତ୍ର ସ୍ଵାଭିମାନକୁ ସେ ସମାଧିସ୍ଥ କରିଦିଏ । ତେଣୁ ଏ ଜଗତର ପ୍ରତ୍ୟେକ ପ୍ରାଣୀ ସ୍ଥିରତାକୁ ଆପଣେଇ
ନେବା ଶୁଭଙ୍କର ।
Comments
Post a Comment