ପ୍ରେମ
ଏବଂ ପ୍ରେମୀ – ଜଣେ ପ୍ରାଣ ,ଅନ୍ୟ ଜଣେ ପ୍ରାଣୀ ; ଜଣେ ଆଧାର ,
ଅନ୍ୟ ଜଣେ ତା’ ଶରୀର ; ଜଣେ ଅନୁଭୂତି , ଅନ୍ୟ ଜଣେ ଅନୁଭବ.... ଜଣକର
ଅନୁପସ୍ଥିତିରେ ଅନ୍ୟ ଜଣକର ଉପସ୍ଥିତି କଳ୍ପନାତୀତ । ଜଣେ
ତରଙ୍ଗ ,
ଅନ୍ୟ ଜଣେ ଶବ୍ଦ ।
ଏ ସୃଷ୍ଟିର ପ୍ରାରମ୍ଭ
ଆଗରୁ ଏବଂ ସମାପ୍ତି ପରେ ବି ସେମାନେ ସତ୍ତାଯୁକ୍ତ ବୋଲି ସେମାନେ ଅଜର , ଅମର ,
ଅକ୍ଷୟ – ସେମାନେ ଏକତ୍ର ଗତିଶୀଳ ।
ତେବେ,
ଚାଲନ୍ତୁନା ସେମାନଙ୍କର କାହାଣୀକୁ ପଢିବା , ସେମାନଙ୍କୁ ବୁଝିବା ଏବଂ
ମାନବ ସଭ୍ୟତାର ଊତ୍ଥାନ ପତ୍ତନରେ ସେମାନଙ୍କ ଭୂମିକାକୁ ତର୍ଜମା କରିବା ଏ କ୍ଷୁଦ୍ର ଲେଖା ମାଧ୍ୟମରେ ....
ଅକ୍ଷର ସଜା – ମିନାକ୍ଷୀ ମହାରଣା
ସହଯୋଗ - କିରଣ ତ୍ରିପାଠୀ
ପ୍ରେମ
ପ୍ରେମ ମଣିଷ ଜୀବନର ଏକ ସୂକ୍ଷ୍ମ ଅନୁଭବ । ଏହା ବନ୍ଧନର ଅନ୍ୟ ନାମ । ବିଶ୍ଵାସ ମଧ୍ୟରୁ ପ୍ରେମ ଜନ୍ମ ନିଏ ଏବଂ ସେଥି ମଧ୍ୟରୁ
ହିଁ ତ ଭକ୍ତିର ଉଦ୍ରେକ ହୁଏ । ଭକ୍ତି ଓ
ବିଶ୍ଵାସର ସମ୍ମିଶ୍ରଣରେ ପ୍ରେମ ସମ୍ପୂର୍ଣ୍ଣତା ଲାଭ କରେ ଓ ମନରେ ସମର୍ପଣ ଭାବ ଜାତ ହୁଏ। ଅତଏବ, ପ୍ରେମର ଗୋଟାଏ ଚକ୍ର ପୂର୍ଣ୍ଣତା
ଲାଭ କରିବା ପାଇଁ ସମର୍ପଣ ଭାବ ପ୍ରେମଯଜ୍ଞରେ ଆହୁତି ଭଳି କାର୍ଯ୍ୟ କରିଥାଏ ।
ଜଣେ ପ୍ରେମୀକୁ ତା’ର ଇପ୍ସିତ ବସ୍ତୁ ପ୍ରାପ୍ତ କରିବା
ପାଇଁ ସମର୍ପଣର ସିଡି ଦେଇ ହିଁ ଗତି କରିବାକୁ ହୋଇଥାଏ .... ଯେତେବେଳେ ସେ’ ତା’ର ଇପ୍ସିତ ବସ୍ତୁ ଲାଭ କରେ ,
ତାକୁ ସ୍ଵର୍ଗପ୍ରାପ୍ତି ସୁଖ ଅନୁଭବ ହୁଏ । ଏ ପୃଥିବୀ ତା’ ପାଇଁ ସ୍ଵର୍ଗ ପାଲଟି ଯାଏ । ତେବେ, ଏହି ପ୍ରେମ ଅନାମିକା ଅଟେ କାରଣ ସେ ନିର୍ଦ୍ଦିଷ୍ଟ ନାଁ ନେଇ କେବେ କାହାରି ଠାରୁ କିଛି ଦାବି କରେ ନାହିଁ ; କେବଳ ଅକୁଣ୍ଠିତ ଭାବେ ଦେଇ ଚାଲେ । କାରଣ, ଦାନରେ ହିଁ ତ ପ୍ରେମର
ପରିଭାଷା ପୂର୍ଣ୍ଣତା ଲାଭ କରେ । ପ୍ରତ୍ୟାଶାହୀନ ଦାନ ହିଁ ପ୍ରେମକୁ ଅଧିକ ଶାଣିତ କରିଥାଏ।
ତେବେ , ପ୍ରେମ କ’ଣ ଚାହେଁ ? ସେ ଚାହେଁ , କେବଳ ଗୋଟେ ସ୍ଵଚ୍ଛ ହୃଦୟ ! ବଣିଆ ସୁନାକୁ ଚିହ୍ନି ପାରିବା
ଭଳି ପ୍ରେମ ସର୍ବଦା ପ୍ରେମୀକୁ ଆବିଷ୍କାର କରେ ଏବଂ ଶେଷରେ ସେ’ ଅବତାର
ହୋଇ ପ୍ରେମୀର ଶରୀର ମଧ୍ୟରେ ପ୍ରବେଶ କରେ ଓ ଲୀନ ହୋଇଯାଏ । ପୁନଶ୍ଚ
, ପ୍ରେମ
ଈଶ୍ଵରଙ୍କ ଭଳି ନିରାକାର ଅଟେ । ତେବେ ପ୍ରେମୀର ନିଃସର୍ତ୍ତ ଓ ନିଃସ୍ଵାର୍ଥପର
ଆହ୍ଵାନରେ ସେ’ ବେଳେ ବେଳେ ସଗୁଣ ,ସାକାର ବି ହୋଇଉଠେ ଏବଂ ସେତେବେଳେ ପ୍ରତିମା ରୂପେ ଆତ୍ମପ୍ରକାଶ
କରେ। ପ୍ରତିମା ମଧ୍ୟରେ ପ୍ରେମ ହିଁ ତ ଆତ୍ମାର ରୂପ
ନିଏ । ସେ’ ଅଜର , ଅମର ଓ ଅବିନାଶୀ ହୋଇଯାଏ । ପ୍ରତିମାକୁ ନିଃସର୍ତ୍ତ ଭଲ ପାଇଲେ ପ୍ରତିମା କଥା କୁହେ , ସେଠି ସ୍ପନ୍ଦନକୁ ଅନୁଭବ କରି ହୁଏ । ( କ୍ରମଶଃ)
Comments
Post a Comment