ସମୟ ତ ସବୁରି ଉର୍ଦ୍ଧ୍ଵରେ । ତାକୁ ନା କିଏ ନିଜର କରିପାରିଛି , ନା ସେ କାହାରିକୁ ନିଜର କରିଛି । ଏ
ରହସ୍ୟକୁ ଯେଉଁ ମଣିଷ ଉପଲବ୍ଧି କରିପାରେ ସେ ହିଁ ସମୟର ଉପଯୋଗ କରିପାରେ ।ଏଠି ସମୟ ପିଠିରେ
ସତ୍ୟକୁ ଯିଏ ଆପଣେଇ ପାରେ ସେ ହିଁ ବିଜୟ-କେତନ ଉଡେଇଚାଲେ ।
‘’ ଆଜି ଯିଏ ଅମୀର କାଲି ସିଏ
ଫକୀର ‘’- ଏହା ହିଁ ତ ଜୀବନର ଚରମ ସତ୍ୟ । ଏହି ସତ୍ୟକୁ ସ୍ଵୀକାର କରିବାକୁ ହିଁ ହେବ। ଏଠି
ସ୍ମରଣଯୋଗ୍ୟ ଯେ, ଏ ସଂସାରରେ ମିଥ୍ୟାକୁ
ମନେ ରଖିବାକୁ ହୁଏ ଅଭ୍ୟାସ କରି ....!! କିନ୍ତୁ ସତ୍ୟକୁ ନୁହଁ । ନଚେତ ମଣିଷ ମିଥ୍ୟାକୁ
ଭୁଲିଯାଏ । କିନ୍ତୁ ସତ୍ୟ ତ ଅଭୁଲା । ସୁତରାଂ ତାକୁ ଅଭ୍ୟାସ ଦ୍ଵାରା ସ୍ମରଣ କରିବା ନିଷ୍ପ୍ରୟୋଜନ
। ସେ କାଲି ଥିଲା , ଆଜି ଅଛି,
ଆସନ୍ତା କାଲି ବି ଥିବ .... ସତ୍ୟ ସର୍ବଦା ଅଗ୍ରଦୂତ ସାଜି ସମୟ ପିଠିରେ ମଣିଷକୁ ତା’ର ଅନୁଗାମୀ କରାଏ । କିନ୍ତୁ ମିଥ୍ୟା ?? ସେ ମଣିଷ ଉପରେ ଭୂତ ଭଳି ସବାର ହୋଇ
ବାଟ ଚାଲିବାକୁ ବାଧ୍ୟ କରିଥାଏ ।
ସତ୍ୟ ଦେବଦୂତ ଭଳି ପଥ ପ୍ରଦର୍ଶନ କରେ । ହେଲେ ମିଥ୍ୟା – ସେ ପ୍ରେତଭଳି ମଣିଷ ଉପରେ ସବାର ହୋଇଯାଏ । ସତ୍ୟ ସର୍ବଦା
ଋଷିମାନଙ୍କ ଗହଣରେ ବିରାଜମାନ ଥାଏ । ତେଣୁ ଯେଉଁମାନେ ସତ୍ୟକୁ ସନ୍ଧାନ କରନ୍ତି , ସେମାନଙ୍କ ଚତୁଃପାର୍ଶ୍ଵରେ ଋଷିଙ୍କର
ସାନିଧ୍ୟ ମିଳିଥାଏ ଓ ସମୟ ବୁକୁରେ ସେମାନେ ଜୟଲାଭ କରନ୍ତି ।
Comments
Post a Comment