ଗୀତାରେ ଅଛି –
‘’ ଦୁଃଖେଷ୍ଵନୁଦବିଘ୍ନମନାଃ
ସୁଖେଷୁ ୱିଗତସ୍ପୃହଃ
ୱିତରାଗଭୟକ୍ରୋଧଃ ସ୍ଥିଧୀରମନିରୁଚ୍ୟତେ’’ ।
ସ୍ଥିରତା ମଣିଷ ଜୀବନରେ ସଫଳତା ଆଣିଥାଏ । ତେଣୁ ଦାର୍ଶନିକମାନେ ସ୍ଥିରତାକୁ ସଫଳତାର ଚାବିକାଠି
ବୋଲି ଅବିହିତ କରିଥାନ୍ତି । ସ୍ଥିରତାକୁ ଆପଣେଇ ନେଇଥିବା ମଣିଷ ଏକ ଯୋଜନାବଦ୍ଧ
ଜୀବନଚର୍ଯ୍ୟାକୁ ଆପଣେଇ ନେଇପାରେ । କାରଣ ସେ ବୁଝିଛି , ଏକ ଯୋଜନାବଦ୍ଧ ଜୀବନଚର୍ଯ୍ୟା ହିଁ ଜୀବନରେ ଇନ୍ଦ୍ରଧନୁର ରଙ୍ଗ ଭରିଦିଏ ; ଅନ୍ୟଥା ଜୀବନ ଫିକା ଫିକା ଲାଗେ । ଋକବେଦର ମନ୍ତ୍ର କହେ , ସଂଘବଦ୍ଧ ଜୀବନ ହିଁ ସଫଳତାର ଅନ୍ୟନାମ , ଯାହାକି ମଣିଷକୁ
ସ୍ଥିରତା ପ୍ରଦାନ କରିଦିଏ । କାରଣ ଏଠାରେ ( ସଂଘବଦ୍ଧ ଜୀବନ ମଧ୍ୟରେ ) ପ୍ରତ୍ୟେକ ମଣିଷ ଏକ ନିର୍ଦ୍ଦିଷ୍ଟ
କାର୍ଯ୍ୟଧାରା ମଧ୍ୟରେ ନିଜର କର୍ମ ସମ୍ପାଦନ କରେ । ତେଣୁ ତ ପରିବାର ଅଥବା ଗୋଷ୍ଠିର ସୃଷ୍ଟି ହୋଇଥିଲା , ସୁତରାଂ ସଂଘବଦ୍ଧତାକୁ ଆପଣେଇ ନେଲେ
କ୍ଷତି କ’ଣ ?
ପୁଣି ସଂଘବଦ୍ଧ ଜୀବନ ମିଥ୍ୟାକୁ ସମାଧି ଦେଇଥାଏ ।
ଆଲୋଚନା ପ୍ରତ୍ୟାଲୋଚନା ମାଧ୍ୟମରେ ସତ୍ୟକୁ ଆବିଷ୍କାର କରେ ,
ବିଧି ବ୍ୟବସ୍ଥାକୁ ରୂପ ଦେଇଥାଏ । ସମ୍ପର୍କ
କଳୁଷିତ ହେଲେ ଅଥବା ଭୁଲ ବୁଝାମଣା ହେଲେ ଏହା ସମାଧାନର ସୂତ୍ର ଆବିଷ୍କାର କରେ ।
ସମ୍ପର୍କ କଳୁଷିତ ହେଲେ ତାହା ଦାନବର ରୂପ ନିଏ ଏବଂ
ତା’ର ତାମସୀଗୁଣରେ ସେ ସମାଜରେ ବିଷ
ପ୍ରକ୍ରିୟା ସୃଷ୍ଟି କରେ । ତେଣୁ ପବିତ୍ର ସମ୍ପର୍କରେ ପ୍ରାଣୀ ଜଗତ ବିଶ୍ଵାସ କରିବା ବିଧେୟ । ସମ୍ପର୍କ ସର୍ବଦା ନିଃସର୍ତ୍ତ ଓ ନିଃସ୍ଵାର୍ଥପର ହେବା
ବିଶ୍ଵ ପାଇଁ ହିତକର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେଭଳି ନିଃସର୍ତ୍ତ ସମ୍ପର୍କ
ପ୍ରତିଷ୍ଠା ହୁଏ , ତାହା ବାସ୍ତବିକ
ପ୍ରତ୍ୟେକ ପ୍ରାଣୀ ଅନୁଧ୍ୟାନ କରିବା ଉଚିତ । ତ୍ୟାଗର
ଖଡ୍ଗଧାରରେ ସମ୍ପର୍କ ଶାଣିତ ହେଲେ ତାହା ଚିରସ୍ଥାୟୀ ହୁଏ ଏବଂ ତା’ର ଦୀପ୍ତିମନ୍ତ ପ୍ରତିଭାରେ ସ୍ଵାର୍ଥର
ବାଦଲ କ୍ରମେ ଅପସରି ଯାଏ ।
ସମ୍ପର୍କ ତ ନିଜେ ହିଁ ନିଜର ଈଶ୍ଵର । ତେବେ ଯେଉଁ ପ୍ରାଣୀ ପବିତ୍ର ସମ୍ପର୍କ ଠାରୁ ଦୂରେଇଯାଏ , ସେ ଈଶ୍ଵରଙ୍କଠାରୁ ବି ଦୂରେଇଯାଏ। ଈଶ୍ଵରଙ୍କର
କରୁଣା ଯେଭଳି ପ୍ରବାହମାନ , ସମ୍ପର୍କର ନଦୀ ସେହିଭଳି
ପ୍ରବାହମାନ । ନିଃସର୍ତ୍ତ ସମ୍ପର୍କ ଅନ୍ତରର ସମସ୍ତ ଆବର୍ଜନାକୁ ନିଜ ଭିତରେ ଧରି ରଖି ତା ‘ର ପ୍ରବାହରେ ଶୋଧନ କରେ । ସତେ ଯେମିତି ସେ ସର୍ବଂସହା ।
ପ୍ରେମ ହିଁ ସମ୍ପର୍କର ଶକ୍ତି । ସେ ପୁଣି ଆତ୍ମାର
ଶକ୍ତିସ୍ୱରୂପ । ସୃଷ୍ଟିର ପ୍ରାରମ୍ଭରୁ ସେ ଆତ୍ମା ଭିତରେ ଥିଲା , ଆଜି ବି ରହିଛି , ଏ ସୃଷ୍ଟିର
ସମାପ୍ତି ପରେ ବି ରହିଥିବ । ବିନା
ନିମନ୍ତ୍ରଣରେ ସେ ସବୁରି ଦ୍ଵାର ଠକ ଠକ କରେ । ଆତିଥ୍ୟରେ ଆଶା ନ ରଖି ସେ ସମସ୍ତଙ୍କ ଅତିଥି
ସାଜେ କାରଣ ସେ ସଭିଙ୍କର ଏବଂ ସଭିଏଁ ତା’ର , ସର୍ବୋପରି ସେ ତ ସ୍ଥିତପ୍ରଜ୍ଞ ।
Comments
Post a Comment