Stay tuned to my blog . " ବିବେକ " । ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ବିବେକ ଏ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଧନ । ସେ’ ପ୍ରାଣୀର ପଦଯୁଗଳ ଭଳି ପ୍ରତିଟି ଘଟଣା ଓ ଦୁର୍ଘଟଣାର ମୁକସାକ୍ଷୀ । ସେ ହିଁ ତ ପ୍ରାଣୀର ପାପ ଆଉ ପୁଣ୍ୟର ହିସାବଖାତା ଧରି ଚିତ୍ରଗୁପ୍ତ ସାଜେ । ସେ ପୁଣି ପ୍ରାଣୀର ବୁଦ୍ଧିକୁ ନିୟନ୍ତ୍ରିତ କରେ । ଏକ ବିବେକବନ୍ତ ପ୍ରାଣୀର କଣ୍ଠରେ ବିଶ୍ଵକୁ ପରିବର୍ତ୍ତନ କରିବା ପାଇଁ ଅଛି ଏକ ଯାଦୁଗରୀ କୌଶଳ  । ସେ ପ୍ରାଣୀର ଭାଗ୍ୟକୁ ସଂଘ ଦ୍ଵାରା ନିର୍ଦ୍ଧାରଣ କରେ । ସଂଘୀୟ  ଶକ୍ତିରେ ସେ ବିଶ୍ଵାସ କରେ। ତା’ ଭାଷାରେ ସଂଘବଦ୍ଧ ଜୀବନର ଅନ୍ୟ ନାମ ସିଏ । ସଂଘ ମଣିଷକୁ ବଞ୍ଚିବା ଶିଖାଏ , ହାତ ଧରି ସଫଳତାର ସିଡ଼ି  ଚଢାଏ । ସଂଘକୁ ମାଧ୍ୟମ କରି ସେ ପ୍ରାଣୀ ଭିତରେ ସୁସ୍ଥ ମାନସିକତାକୁ  ସନ୍ଧାନ କରେ । ମାନସିକ ପ୍ରକ୍ରିୟାରେ ପରିବର୍ତ୍ତନ ଆଣେ । ପ୍ରାଣୀ ଭିତରେ ଥିବା ଗୁଣାବଳୀର ଦିବ୍ୟପ୍ରକାଶ ସିଏ – ପ୍ରଚାରକ ବି ସିଏ , କାରଣ ସେ ବୁଝିଛି ପ୍ରକଟ ବିନା ଗୁଣ ନିରର୍ଥକ ଅଟେ ; ପ୍ରଚାର ବିନା ଗୁଣ ଲୋକହିତକାରୀ ନୁହେଁ । ଶୁଷ୍କ କାଷ୍ଠରେ ଅଗ୍ନି ସଂଯୋଗ ହେଲେ ହିଁ ସେ ଅନ୍ଧକାର ଦୂର କରେ , ତାପ ସଞ୍ଚାର କରେ । ସୁତରାଂ ସେ (ବିବେକ) ଗୁଣାବଳୀର ପ୍ରକାଶ ଓ ପ୍ରଚାର କରି ତା’ର ଅବମୂଲ୍ୟାୟନକୁ ପ୍ରତିରୋଧ କରେ ।
  

Comments