କଳଙ୍କର ନୀରବ
ପ୍ରଭାବରେ ଲୌହବତ୍ କଠିନ ଧାତୁ ବିନଷ୍ଟ ହେଲା ପରି ପ୍ରବଞ୍ଚିତର ସୁପ୍ତାଗ୍ନି ଶିଖାରେ ପ୍ରବଞ୍ଚକ
ସବୁରି ଅଲକ୍ଷ୍ୟରେ ଭସ୍ମରେ ପରିଣତ ହୁଏ । ସେ
ନିଜ କୃତକର୍ମର ନୀରବ ବିଶ୍ଳେଷଣ କରି ଭାଗ୍ୟକୁ ନିନ୍ଦୁଥାଏ । କିନ୍ତୁ, ପ୍ରେମ ତ ପାରସମଣିର ଅନ୍ୟ ନାମ । ତେଣୁ
ତ ସିଏ ସମସ୍ତ ବାଧାବିଘ୍ନକୁ ପ୍ରତିହତ କରିପାରେ । ଦଶ-ପ୍ରାଣର ସମାହାର ସିଏ । ତେଣୁ
ତ ସେ ଦଶାନନକୁ ବି ଆଲିଙ୍ଗନ କରିପାରେ । ସେ ବୌଦ୍ଧଭିକ୍ଷୁ ଉପଗୁପ୍ତ ଭଳି ଏଠି ଚଣ୍ଡାଶୋକମାନଙ୍କୁ
ତା’ର ପ୍ରକୃତ ଉପାଖ୍ୟାନ
ଶିକ୍ଷା ଦେଇ ଉଦ୍ଘୋଷଣ କରେ , ‘’ହୃଦୟକୁ ଜୟ
କରିଥିବା ପ୍ରାଣୀ ସନ୍ଥ ତଥା ଜ୍ଞାନୀଙ୍କର ସାନିଧ୍ୟ ଲାଭ କରେ । ପୁନଶ୍ଚ ଏକାଗ୍ରତା
ହିଁ ଜ୍ଞାନପ୍ରାପ୍ତିର ବାସ୍ତବ ସିଡ଼ି ବୋଲି ସେ
ସୂଚାଇ ଥାଏ । ତପସ୍ୟା ଅନ୍ତଃକରଣକୁ ଶୁଦ୍ଧ କରିଥାଏ ଏବଂ ଅଭ୍ୟାସ ଦ୍ଵାରା ଏହା ଚିରସ୍ଥାୟୀ ହୁଏ । ନିୟମ
ପାଳନ ଦ୍ଵାରା ବୁଦ୍ଧି ପ୍ରଖର ହୁଏ ଏବଂ ପ୍ରାଣୀ ଦିଗ୍-ଦ୍ରଷ୍ଟା ହୋଇଥାଏ ।‘’
ପ୍ରେମ ଏଠି ଏକ ଦେବାଳୟ ସଦୃଶ । ପ୍ରତିଟି
ସ୍ଵୟଂ-ସଂପନ୍ନ ଗୃହ ତା’ ପାଇଁ ମନ୍ଦିର ସଦୃଶ । ଯେଉଁ ଗୃହରେ ତା’ର ହତାଦାର କରାଯାଏ , ତାହା ଏକ ବନ୍ଦୀଶାଳା ଭାବେ ବିବେଚିତ
ହୁଏ । ଯେଉଁ ଗୃହରେ ପିତାମାତା ପୁତ୍ରକନ୍ୟାଙ୍କୁ ସେମାନଙ୍କର
ଦିବ୍ୟପ୍ରେମରୁ ବଞ୍ଚିତ କରି ସନ୍ତାନମାନଙ୍କୁ ଗୃହର ଏକ ଅଂଶୀଦାର ରୂପେ ବିବେଚନା କରନ୍ତି ନାହିଁ
ଏବଂ ଏକ ତରଫା ନିଷ୍ପତ୍ତିକୁ ଶିଶୁଙ୍କ ଉପରେ ଲଦି ଦିଅନ୍ତି , ସେଠି ଶିଶୁଙ୍କ ଲାଳନପାଳନ ଜନିତ ପୁଣ୍ୟାର୍ଜନ ବଦଳରେ ପାପ ଅର୍ଜନ ହୁଏ । ଆତ୍ମପ୍ରଦର୍ଶନରେ
ଯେଉଁ ପିତାମାତା ସମୟ ଅତିବାହିତ କରି ଶିଶୁଙ୍କର ଅବହେଳା କରନ୍ତି , ସେମାନେ ପରବର୍ତ୍ତୀ ଜୀବନରେ
ଏକାକୀତ୍ଵକୁ ଆଦରି ନେଇ ଆତ୍ମଗ୍ଲାନିର ଶିକାର ହୁଅନ୍ତି । ପ୍ରତ୍ୟେକ
ପିତାମାତା ତ ସମାଜ ପାଇଁ ଉତ୍ତରଦାୟୀ ଏବଂ ମଣିଷ ଓ ସମାଜ ଏଠି ପରସ୍ପର ପରିପୂରକ । ସେମାନେ
ପରସ୍ପର ଆଦାନପ୍ରଦାନ ପ୍ରକ୍ରିୟାରେ ପରସ୍ପରକୁ ସମୃଦ୍ଧ କରିଥାନ୍ତି । ଆତ୍ମପ୍ରଦର୍ଶନରେ
ସମୟକୁ ବିନିଯୋଗ କରି ଯେଉଁମାନେ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଅନ୍ତି , ସେମାନେ ସ୍ମରଣ ରଖିବା ଉଚିତ ଯେ , ଏ ଶରୀର କ୍ଷୟଶୀଳ ଏବଂ କର୍ମ ଓ କୀର୍ତ୍ତି ହିଁ ଅକ୍ଷୟ ! ତେଣୁ ପ୍ରେମରୂପୀ
ପାରସମଣିର ସ୍ପର୍ଶରେ ପ୍ରତିଟି ଆତ୍ମାକୁ ଆହ୍ଲାଦିତ କଲେ କ୍ଷତି କ’ଣ?
Comments
Post a Comment