Stay tuned to my blog- " Prabruter"

ଏ ଜଗତର ପ୍ରତ୍ୟେକ ପ୍ରାଣୀ ନିଜେ ହିଁ ନିଜର ସଂସ୍ଥାପକ ଏବଂ ପ୍ରତ୍ୟେକ ସଂସ୍ଥାପକ ଏକ ନିର୍ଦ୍ଦଷ୍ଟ ନିୟମର ବଳୟ ମଧ୍ୟରେ ଆବଦ୍ଧ; ଅନ୍ୟଥା ଏ ବିଶ୍ଵର ସର୍ଜନା ଅସମ୍ଭବ । ପ୍ରତିଟି ସଂସ୍ଥାପକ ମଧ୍ୟରେ ପୁଷ୍ପର କୋମଳତା ବିଦ୍ୟମାନ , ଯାହାକି ଫୁଲର ସୁଗନ୍ଧବତ୍ ସେମାନଙ୍କ କର୍ମରେ ପରିସ୍ଫୁଟିତ ହୁଏ । ପ୍ରାବୃଟରର ବର୍ଷାଜନିତ ଆନନ୍ଦ ଭଳି ପ୍ରାଣୀ ସର୍ବଦା ସତ୍-କର୍ମ କରି ଏକ ଦିବ୍ୟାନନ୍ଦରେ ପୁଲକିତ ହୋଇଥାଏ । ଜଳଦାନ ପ୍ରାବୃଟରର ଯେଭଳି ଏକମାତ୍ର ଲକ୍ଷ ,ଠିକ୍ ସେହିଭଳି ବିଶ୍ଵକଲ୍ୟାଣ ପ୍ରତ୍ୟେକ ପ୍ରାଣୀର ଅନ୍ତିମ ଲକ୍ଷ ହେବା ବିଧେୟ । ଜଳଦାନ ବିନା ପ୍ରାବୃଟର ଯେଭଳି ମୂଲ୍ୟହୀନ ହୋଇପଡେ , ସତ୍-କର୍ମ ବିନା ପ୍ରାଣୀର ଜୀବନ ସେହିଭଳି ବ୍ୟର୍ଥ ହୋଇପଡେ । ସତେ ଯେମିତି ଜଳଦାନ ପ୍ରକ୍ରିୟା ପ୍ରାବୃଟରର ପ୍ରାଣବିନ୍ଦୁ ଓ  ସତ୍-କାର୍ଯ୍ୟ ପ୍ରାଣୀର ହୃଦୟ ।
                                                               

             

Comments