ଅସୀମ ଏଠି ପ୍ରାଣୀର ପ୍ରବାହ । ସେ ପ୍ରବାହର
ଗୋଟାଏ ବୁନ୍ଦା ଧରି ରଖିପାରିଲେ ଏ ଜଗତରେ ପ୍ରାଣୀ ଜୀବନ ସାର୍ଥକ ହୋଇଥାଏ । ଏ
ମହାଜାଗତିକ ବ୍ୟବସ୍ଥା ମଧ୍ୟରେ ପ୍ରାଣୀଜଗତ ଏକ କ୍ରିଡନକ ସଦୃଶ । ଖେଳର ସମାପ୍ତି
ଘୋଷଣା ପରେ ସେ ଏଠୁ ବିଦାୟ ନେଇଥାଏ । ତେବେ ତା’ ସମ୍ପର୍କର ଅବା କର୍ମର ସ୍ମୃତିରେଖାଟି ଏଠି ରହିଯାଏ ସବୁରି ଅଲକ୍ଷରେ । ପରିସ୍ଥିତି
ଓ ପରିବେଶ ଅନୁକୂଳ ହେଲେ ସେ ଉତ୍ତରପିଢିର ଦିଗ୍-ଦ୍ରଷ୍ଟା ହୁଏ ଅଥବା ସମାଲୋଚିତ ହୋଇଥାଏ ।
ପରିସ୍ଥିତି ଏବଂ ପରିବେଶ ଏ ପ୍ରାଣୀଜଗତର
ବନ୍ଧୁସଦୃଶ । ତା’କୁ ସାଥିରେ ନେଇ ପଥ ଅତିକ୍ରମ
କରିପାରିଲେ , ପ୍ରାଣୀ ବିଜୟର ଧ୍ଵଜା ଧାରଣ କରିପାରେ ; ଅନ୍ୟଥା ଏ ଜଗତରୁ ସେ କ୍ରମେ ନିଶ୍ଚିହ୍ନ ହୋଇ ଆଈମା କାହାଣୀ ହୋଇଯାଏ । ତେଣୁ
ତ କୁହାଯାଇଛି , ‘’ survival of the fittest .’’ ସୁତରାଂ ଯିଏ ସନାତନୀ , ସତ୍ୟ ସନ୍ଧାନୀ ଏବଂ ବିଜ୍ଞାନୀ , ସେ କ୍ଷମତାଲିପସୁ ନ ହୋଇ
ପରିସ୍ଥିତି ଓ ପରିବେଶ ଅନୁଯାୟୀ ଜଗତର ହିତସାଧନ କରିବା ବିଧେୟ ।
Comments
Post a Comment