Stay tuned to my blog " ଝଡ଼ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

  ଉତ୍ସବ ଏକ ଅନୁଭୂତି ଏବଂ ମାନସିକ ଶାନ୍ତିର ଏକ ମାର୍ମିକ ଅଭିବ୍ୟକ୍ତି । ସୁତରାଂ ଯେଉଁମାନେ ଉତ୍ସବକୁ ବାହ୍ୟ ଆଡମ୍ବରର ଏକ ପ୍ରକୃଷ୍ଟ ଋତୁ ବୋଲି ବିବେଚନା କରନ୍ତି ଏବଂ ଉପଭୋଗର ପ୍ରାଙ୍ଗଣ ବୋଲି ମାନିନିଅନ୍ତି , ସେମାନଙ୍କ ପାଇଁ ପୂଜା , ଉପାସନା , ଧର୍ମ ଓ ଧାରଣା ଏବଂ ଉପବାସ ଆତ୍ମସ୍ଖଳନର ଦ୍ଵାର ଉନ୍ମୁକ୍ତ କରିଦିଏ ଏବଂ ସେମାନେ ହିଁ ମାନବ ସମାଜକୁ ଦିଗଭ୍ରଷ୍ଟ କରିବା ପାଇଁ କଂସର ଚିଟାଉ ସାଜନ୍ତି । ଫଳରେ ସେମାନେ ନା ନିଜର ପରିଚୟ ପାଆନ୍ତି ନା ଆତ୍ମା ସହ ସାକ୍ଷାତ କରିପାରନ୍ତି । ଅର୍ଥାତ ଆତ୍ମସାକ୍ଷାତରୁ ବଞ୍ଚିତ ହୋଇ ସେମାନେ ଐଶ୍ଵରୀୟସତ୍ତାର ଉପଲବ୍ଦ୍ଧି କରିପାରନ୍ତି ନାହିଁ । ଆତ୍ମସାକ୍ଷାତ ବିନା ଐଶ୍ଵରୀୟ ଅନୁଭବ ସେମାନଙ୍କ ପାଇଁ ଦୁର୍ଲଭ ହୋଇପଡେ । ପ୍ରତିଟି ଜୀବ ମଧ୍ୟରେ ଯେ ପରମାତ୍ମା ବିଦ୍ୟମାନ , ଏହି ସତ୍ୟକୁ ସେମାନେ ସ୍ଵୀକାର କରିପାରନ୍ତି ନାହିଁ । ପରମାତ୍ମା ଯେ ଏକ ଅନୁଭବ , ଏହା ସେମାନେ ଭୁଲି ଯାଆନ୍ତି । ପରିଶେଷରେ ନାସ୍ତିକରୂପେ ପରିଗଣିତ ହୁଅନ୍ତି । ସାଧାରଣ କର୍ମପ୍ରବାହରୁ ସେମାନେ ଓହରି ଆସନ୍ତି । ଜୀବନ ସେମାନଙ୍କ ପାଇଁ ଏକ ବନ୍ଧୁରମୟ ଗଡାଣିଆ କଣ୍ଟକିତ ପଥ ହୋଇଯାଏ ଏବଂ ସେମାନେ ହିଁ ହତ୍ୟାକାରୀର ମାନସିକତା ନେଇ ସାମାଜିକ ଆଶାନ୍ତିର କାରଣ ସାଜନ୍ତି । ସାମାଜିକ ଦାୟିତ୍ଵ ସେମାନଙ୍କ ପାଇଁ ଏକ ବୋଝ ହୋଇପଡେ । ସ୍ଵପ୍ନ ସେମାନଙ୍କୁ ଅଥୟ କରିଦିଏ ।  ନା  ସେମାନେ ନିଜେ ସ୍ଵପ୍ନ ଦେଖନ୍ତି  ନା ଅନ୍ୟକୁ  ସ୍ଵପ୍ନ ଦେଖିବାରେ ସାହାଯ୍ୟ କରନ୍ତି – ସତେ ଅବା ସେମାନେ ଅଶାନ୍ତ ଘୂର୍ଣ୍ଣିଝଡର ପ୍ରତିରୂପ ।  
        

Comments