କରୁଣା ମାନବର ଏକ
ଦିବ୍ୟ ଅନୁଭବ । ଯେଉଁମାନେ
କରୁଣାକୁ ପାଥେୟକରି ଜୀବନପଥକୁ ଅତିକ୍ରମ କରିବାର ଭୀଷ୍ମଶପଥ ନିଅନ୍ତି , ସେମାନଙ୍କ ମଧ୍ୟରେ ସମର୍ପଣ ଭାବ
ପରିଲକ୍ଷିତ ହୁଏ । ସେମାନେ କର୍ମକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି
କୌଣସି ବିଷୟବାସ୍ନା ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ । ଜୀବନର ପ୍ରତିଟି
ପ୍ରାପ୍ୟକୁ ସେମାନେ ସାଦରେ ଗ୍ରହଣ କରି ସନ୍ତୁଷ୍ଟ ହୁଅନ୍ତି । ବାହ୍ୟ
ସୌନ୍ଦର୍ଯ୍ୟ ଯେ ଜଡତାର ପ୍ରତୀକ , ଏହା ସେମାନେ ଉପଲବ୍ଧି କରନ୍ତି । ପୁନଶ୍ଚ ସେମାନେ
ହୃଦୟଙ୍ଗମ କରନ୍ତି ଯେ , ବାହ୍ୟ ସୌନ୍ଦର୍ଯ୍ୟ ସମ୍ପର୍କକୁ ସ୍ଥାଣୁ କରିଦିଏ । ସମର୍ପଣ ବିନା
ସୌନ୍ଦର୍ଯ୍ୟବୋଧ ଅର୍ଥହୀନ ହୋଇପଡେ । ମଣିଷର ସମ୍ପର୍କ ଜଡ ପାଲଟି ଯାଏ । ଏହା
ପୁଣି ମଣିଷକୁ ବିଧର୍ମୀ କରିଥାଏ । ଏହାରି ପ୍ରଭାବରେ ସନାତନୀ ସଂସ୍କୃତିର ଉତ୍ତରଦାୟଦ ବୋଲି
ସେ ନିଜକୁ ଦାବି କରିପାରେ ନାହିଁ । ଫଳତଃ ସେ ସର୍ବଦା ଅସନ୍ତୁଷ୍ଟ ହୋଇ ସାମାଜିକ
ବ୍ୟବସ୍ଥାରେ କର୍କଟସମ କ୍ଷତିକାରକ ହୁଏ ।
ଆକାଂକ୍ଷା ପ୍ରାପ୍ତିର ପଥ ପ୍ରଦର୍ଶକ । ତାହା ମଣିଷ ମଧ୍ୟରେ ଅନିସନ୍ଧିତ୍ସୁ ଭାବକୁ ଜାଗ୍ରତ
କରିଥାଏ । ଆକାଂକ୍ଷିତ ବ୍ୟକ୍ତିମାନଙ୍କ ପାଇଁ ସ୍ଵୟଂ ଈଶ୍ଵର
ସ୍ଵଇଚ୍ଛାରେ ନିଜ ଆସନରୁ ଓହ୍ଲାଇ ଆସନ୍ତି । ଦିବ୍ୟ କରୁଣାର ବାରି ସିଞ୍ଚନ କରି ଜୀବନ
ପାତ୍ରକୁ ପୂର୍ଣ୍ଣ କରନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ , ଈଶ୍ଵର ବେଳେବେଳେ ଭିକ୍ଷୁକର ରୂପ
ନେଇ ଦ୍ଵାରସ୍ଥ ହୁଅନ୍ତି ଏବଂ ମାନବ ମଧ୍ୟରେ ଥିବା ଦୟା ଓ ଦାନଶୀଳତାର ପରୀକ୍ଷା ନିଅନ୍ତି । ତେବେ
, ଅପାତ୍ରରେ ଦାନ ଦେଲେ ବି ସେ
କ୍ଷୁବ୍ଧ ହୁଅନ୍ତି ; ହେଲେ ଅପାତ୍ରୀକୁ ଦଣ୍ଡବିଧାନ କରନ୍ତି । ଦ୍ଵାରସ୍ଥ ଭିକ୍ଷୁକକୁ ଦାନ ଦେଲେ ଧନିକର ମାନବୃଦ୍ଧି
ହୁଏ ଏବଂ ତା’ ମଧ୍ୟରେ ଆତ୍ମପ୍ରତ୍ୟୟ
ବୃଦ୍ଧି ପାଏ । କୁହାଯାଏ , ‘’ଦରିଦ୍ର ସେବା ହିଁ ତ ନାରାୟଣ ସେବା’’ । ଏହା ଦ୍ଵାରା ମାନବ ଆତ୍ମଜ୍ଞାନକୁ ଜାଗ୍ରତ କରି ସମାଜ
ପାଇଁ ତା’ର କର୍ତ୍ତବ୍ୟକୁ ପୁରା
କରେ । ତାହା ହିଁ ତା’ ଜୀବନପଥରେ ଉପଯୁକ୍ତ ଉପହାର ଓ ସନ୍ତୋଷର ଅନ୍ୟନାମ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଧନିକ ବ୍ୟକ୍ତିଟିଏ ଯେଉଁ ଧନ ଅନ୍ୟକୁ ଦାନ କରିଥାଏ , ତାହା ସେ ଈଶ୍ଵରଙ୍କର କୃପା ବଳରେ ଅନ୍ୟ କାହାରିଠାରୁ ପ୍ରାପ୍ତ କରିଥାଏ । ଅର୍ଥାତ ଯେଉଁ ଦାନ ପାଇଁ ସେ ନିଜକୁ ବଦାନ୍ୟବ୍ୟକ୍ତି
ବୋଲି ପ୍ରତିପାଦିତ କରେ , ତାହା ବାସ୍ତବରେ ଅନ୍ୟ କାହାରି ଅମାନତ । ସେ କେବଳ ଏକ ଚୌକିଦାର
ମାତ୍ର ।
Comments
Post a Comment