Stay tune to my blog- " ଦେବାଳୟ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ।

 ପ୍ରତ୍ୟେକ ପ୍ରାଣୀଙ୍କର ସ୍ମରଣ ରଖିବା ଉଚିତ ଯେ , ନିଷ୍ପାପ ହୃଦୟଟେ ବିନା ମନ୍ଦିର ବି କଳୁଷିତ ହୋଇଯାଏ । ଦେବସ୍ଥିତି ଦୁର୍ଲ୍ଲଭ ହୋଇଉଠେ । ସିନ୍ଦୂର ବୋଳା ପଥରମୂର୍ତ୍ତି ମଧ୍ୟରେ ଦେବାତ୍ମା ପ୍ରବେଶ କରିପାରେନା ; ତାହା ସୁସଜ୍ଜିତ ଶ୍ମଶାନ ଭଳି ପ୍ରତିଭାତ ହୁଏ । ସେଠି ଶବର ଭସ୍ମ ବି ଦୁର୍ଲ୍ଲଭ ହୁଏ ! ତେଣୁ ଶିବ ସ୍ଵତଃ ସେଠାରୁ ଉଭେଇ ଯାଆନ୍ତି । ଏଥିରୁ ସୁସ୍ପଷ୍ଟ ହୁଏ ଯେ , ନିଷ୍ପାପ ହୃଦୟଟେ ବିନା ପୂଜକର ଜାଗୃତି ଉଦୟ ହୁଏ ନାହିଁ  ଅଥବା ତା’ ମନ୍ଦିରରେ ଈଶ୍ଵର ନିବାସ କରନ୍ତି ନାହିଁ । ନିଷ୍ପାପ ହୃଦୟର ବଂଶୀ ସ୍ଵନରେ ଈଶ୍ଵର ସ୍ଵତଃ ଆକର୍ଷି ହୋଇ ଆସନ୍ତି ।
       ଭକ୍ତି ଓ ଭଗବାନ ମଧ୍ୟରେ ମନ୍ତ୍ର ଧ୍ଵନିର ତରଙ୍ଗ ଏକ ଅଦୃଶ୍ୟ ସେତୁସମ କାର୍ଯ୍ୟ କରିଥାଏ । ସେହି ସେତୁ ଦେଇ ସେମାନେ ପରସ୍ପରର  ସାନ୍ନିଧ୍ୟ ଲାଭ କରନ୍ତି । ଭକ୍ତିରସ ଆଉ ନୃତ୍ୟର ଛନ୍ଦ ମଧ୍ୟରେ ସେମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି । ପ୍ରାଣଭରି ଉଭୟେ ଉଭୟଙ୍କ ନିକଟରେ ସମର୍ପଣ କରନ୍ତି । ସାଗର ସହ ସ୍ରୋତସ୍ଵିନୀର ଜଳଧାରା ମିଶ୍ରଣ ପରେ ତାହା ଯେମିତି ଏକାକାର ହୋଇଯାଏ , ଠିକ୍ ସେହିପରି ସେମାନଙ୍କ ମିଳନଜନିତ ମୁହୂର୍ତ୍ତ ପ୍ରତିଭାତ ହୁଏ । ସେଠି ଏକ ଦିବ୍ୟାଲୋକ ଉତ୍ପନ୍ନ ହୁଏ , ଯାହାକି ସମ୍ପର୍କର ମହନୀୟତା ପ୍ରତିପାଦନ କରେ ।                    
    

Comments