ପ୍ରତ୍ୟେକ ବ୍ୟକ୍ତି ସ୍ମରଣ ରଖିବାକୁ ହେବ ଯେ , ମଣିଷ ମଧ୍ୟରେ ଥିବା ବୁଦ୍ଧି ବା ବିବେକ ହିଁ ମନ୍ତ୍ର ମଧ୍ୟରେ
ଥିବା ଶକ୍ତି ସହ ତୁଳନୀୟ । ମନ୍ତ୍ର- ଶକ୍ତିର
କୁହୁକ ସଫଳତାକୁ ଉପଲବ୍ଧି କରି ଯେଉଁମାନେ ଆଶା-ବୈତରଣୀରେ ଗୋଟାଏ ପାଦ ଆଗେଇଯାଆନ୍ତି , ମନ୍ତ୍ର-ଶକ୍ତି ସେମାନଙ୍କ ବୈତରଣୀକୁ
ପାରି କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ ଅର୍ଥାତ୍ ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଯେଉଁମାନେ ଅନ୍ତରାତ୍ମାର ଆହ୍ଵାନକୁ ଉପେକ୍ଷା ନ କରି ପଥ ଚାଲିବାର ପ୍ରୟାସ କରନ୍ତି ,ସେମାନେ ହିଁ
ସଫଳତାର ଶୀର୍ଷ ଦେଶରେ ବିଜୟ-କେତନ ଉଡେଇପାରନ୍ତି । ଅନ୍ୟଥା ଏ ସଂସାରର ମହାସ୍ରୋତରେ ଲୀନ
ହୋଇଯାଆନ୍ତି । ଅନ୍ତରାତ୍ମାର ଆହ୍ଵାନ ଉଦାସୀ ମଣିଷକୁ ଆଶାବାଦୀ କରିଥାଏ
। ଉଦାସୀ ମଣିଷ ପାଇଁ ଆଶା ଅନନ୍ତ ଆକାଶରୁ ଉତ୍ସାହର
ପଦ୍ମତୋଳା ତୋଳି ଆଣେ । ଆଶା ବିନା ମଣିଷ
ଏ ପୃଥିବୀରେ ଅପୂର୍ଣ୍ଣ ଲାଗେ । ପଙ୍ଗୁବତ୍ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହି ମୃତ୍ୟୁର
ପ୍ରତୀକ୍ଷା କରେ ।
Comments
Post a Comment