ଏକ ଅଗ୍ନି ବଳୟର ଦହନ ପ୍ରକ୍ରିୟାରୁ ଯେଉଁ ଶକ୍ତିର
ଉତ୍ପନ୍ନ ହେଲା ତାହା ହିଁ ଥିଲା ଏ ସଂସାରର ମୂଳଦୁଆ । ତାହା କ୍ରମେ ପ୍ରାଣୀ ଜଗତର ପ୍ରତିଟି
ଶିରାରେ ସଞ୍ଚରିଗଲା ।ଫଳତଃ ସେ ଏକ ସ୍ଵତନ୍ତ୍ର ଶକ୍ତିର ଅଧିକାରୀ ହୋଇ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଦୁର୍ବାର ସ୍ଵପ୍ନରେ ବିଭୋର ହେଲା ଏବଂ ସାଧନାର
ସନ୍ଧାନ କରିଥିଲା । ତା’ ମଧ୍ୟରେ ଏକ ଇଚ୍ଛାଶକ୍ତି ଜାଗ୍ରତ ହେଲା । କ୍ରମେ କ୍ରମେ ତା’ ଇଚ୍ଛାଶକ୍ତି ପ୍ରବଳରୁ ପ୍ରବଳତର ହେଲା ଏବଂ ସେ ଆକାଶରେ ଉଡ଼ିବାକୁ ଆରମ୍ଭ କଲା ।ସେ
ହେଲା ଅସାଧାରଣ ପ୍ରତିଭାର ଅଧିକାରୀ । ଏ ସଂସାରର ସାଧାରଣ ବ୍ୟବସ୍ଥାରୁ ଉର୍ଦ୍ଧ୍ଵରେ ରହି ସେ ଅନ୍ୟମାନଙ୍କ
ପାଇଁ ଉଦାହରଣ ସାଜିଗଲା - ତା’ ନା ହେଲା ‘ମାନବ’ ; ଯିଏ କି ଏ ସଂସାରରେ ନୂତନ ଜାଗରଣ ଆଣିବା ପାଇଁ ଶତତ
ଚେଷ୍ଟିତ ହେଲା । “ପରିଶ୍ରମ” ଥିଲା ତା’
ସଫଳତାର ଆଧାର । ସେ’ ନିର୍ମାଣ ପ୍ରକ୍ରିୟାର ପ୍ରତିଟି ସୋପାନରେ ନିଜ
ଦକ୍ଷତାକୁ ପ୍ରମାଣିତ କଲା । ମାନସିକ ସ୍ତରରେ ନବଜାଗରଣ ଆଣି ଏ ବସୁନ୍ଧରାରେ ସେ ଅପରାଜିତ ହେଲା
। ତେଣୁ ସେ ମା –ନ –ବ ପଦବାଚ୍ୟ ହେଲା । ଅର୍ଥାତ “ମାନସିକ ସ୍ତରରେ ନବଜାଗରଣ ଆଣିଥିବା
ବସୁନ୍ଧରାର ଜୀବଟିଏ “ ।
ହୋମାଗ୍ନିର ପବିତ୍ର ଶିଖାରେ ଦଗ୍ଧିଭୂତ ହୋଇ ମାନବ
ମଧ୍ୟରେ ଆତ୍ମଜ୍ଞାନ ଉଦୟ ହେଲା । ଆସୁରିକ ପ୍ରବୃତ୍ତିଗୁଡ଼ିକୁ ଧୂପ ନିଆଁରେ ନିକ୍ଷେପ କରି ସେ
ନିଜକୁ ହାଲୁକା ଅନୁଭବ କଲା ଏବଂ ସହଜରେ ସାଧାରଣ ସ୍ତରରୁ ଉପରକୁ ଉଡ଼ିଯାଇପାରିଲା ପକ୍ଷୀଟିଏ ଭଳି........।
ଲୋଭ – ମୋହ
- ମାୟା ତା’ ଭୟକୁ ସ୍ଵର୍ଶ କରିପାରିଲା ନାହିଁ । ତା’ ପରେ ସେ ହେଲା ମହା
ମାନବ -ସୂକ୍ଷ୍ମ ଚେତନାର ଅଗ୍ରଦୂତ। ତା’ ସ୍ଵତନ୍ତ୍ରତା
ତାକୁ ସଶକ୍ତିକରଣରେ ସାହାଯ୍ୟ କଲା। ସେ ପ୍ରତିଟି ପ୍ରାଣରେ ଶ୍ଵାସକ୍ରିୟାସମ ସଞ୍ଚରିଗଲା । ସେ
ହେଲା ସତ୍ୟର ପ୍ରଚାରକ । ସେ ଉପଲବ୍ଧି କଲା, ମିଥ୍ୟାକୁ ଆଧାର କରି
ଧର୍ମ ପାଳନ କରିବ। ଏକ ନିଷ୍ଫଳ ପ୍ରୟାସ ମାତ୍ର । ‘ସତ୍ୟ’ ଓ ‘ପରିଶ୍ରମ’ ହିଁ ଧର୍ମକୁ ନୂତନ
ରଙ୍ଗ ଦେଇପାରେ। ଏବଂ ତା’କୁ ଅଜୟ ଓ ଅମର କରି ସନ୍ଥର ଆଖ୍ୟା ଦେଇପାରେ।
ତା ‘ର ଏହି ତତ୍ତ୍ଵକୁ ପରୀକ୍ଷା କରିବା ପାଇଁ ସେ ବାଛିନେଲା ପରିବାର
ଭଳି ଏକ ପବିତ୍ର ଅନୁଷ୍ଠାନକୁ । କ୍ରମେ ପରିବାର ତା’ ପାଇଁ କଷଟି
ପଥରରେ ପରିଣତ ହେଲା। ଏହା ହିଁ ତ ତାକୁ ତା’ ସ୍ଥାଣୁତ୍ଵରୁ ମୁକ୍ତି ଦେଇ
ପ୍ରମାଣ କରିଥିଲା ଯେ, “ଯାତ୍ରା ହିଁ ଜୀବନ ଏବଂ ଯାତ୍ରୀ ତା’ର ଉପାଦାନ”।
Comments
Post a Comment