Stay tuned to my blog - " ବେଳାଭୂମି " ।

ଏ ସଂସାରର ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ଏକ ଅସରନ୍ତି ତଥା ଅଫୁରନ୍ତ ଶକ୍ତିର ଭଣ୍ଡାର ବିଦ୍ୟମାନ । ସବୁଜିମାଭରା ଏ ପୃଥିବୀ ତ ତା’ ପାଇଁ ବିଚରଣ ବେଳାଭୂମି ତଥା ତା’ ଶକ୍ତି ପ୍ରଦାନର ଉପଯୁକ୍ତ ସ୍ଥଳ । ଏଠି ତା’କୁ ତା’ର ଶକ୍ତି ପ୍ରଦର୍ଶନପୂର୍ବକ ତା’ ମାନବଧର୍ମକୁ ପାଳିବାକୁ ହିଁ ହେବ ଏବଂ ସ୍ଵାଭିମାନକୁ ଅକ୍ଷୁର୍ଣ୍ଣ ରଖି ପ୍ରଜାରଞ୍ଜକ ରାମଚନ୍ଦ୍ରଙ୍କର ରାମରାଜ୍ୟ ପ୍ରତିଷ୍ଠା ପାଇଁ ପ୍ରୟାସୀ ହେବାକୁ ହିଁ ହେବ । ନିଜର ସାମ୍ରାଜ୍ୟରେ ସେ ଯେ ଏକ ଅପରିଚିତ ଶରଣାର୍ଥୀ ନୁହଁ  ବରଂ ଜଣେ ଶକ୍ତିଶାଳୀ ସମ୍ରାଟ , ଏହା ପ୍ରମାଣ କରିବାକୁ ହେବ । ତା’ ମନର ସୀମାକୁ ସୁରକ୍ଷିତ ରଖି ଚଲାପଥରୁ ସମସ୍ତ କଣ୍ଟା ନିର୍ମୂଳ କରିବାକୁ ହେବ ଏବଂ ପ୍ରମାଣିତ କରିବାକୁ ହେବ ଯେ , ସେ ନିଜେ ହିଁ ନିଜର ପ୍ରେମ ଏବଂ ପ୍ରେମୀ , ନିଜେ ହିଁ ନିଜର ଆରାଧନା ଏବଂ ଆରାଧ୍ୟ । ଅତଏବ , ସେ ଅପରାଜୟ , ଅକ୍ଷୁର୍ଣ୍ଣ , ଅଜର ଏବଂ ଅମର । ସେ ଏକ ପବିତ୍ର ଆତ୍ମା ।
        

Comments