Stay tuned to my blog-" ଜୀବନ-ପଥେ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


 କେହି କି ରହିଛି ଏଠି ଚିରକାଳ ଭବେ,
 ସୁକୀରତି ସିନା ଶୋଭାପାଏ ନଭେ ।
ଏ ଶରୀର କ୍ଷୟଶୀଳ କୀରତି ଅକ୍ଷୟ,
ସୁକରମ ବଳେ ସିନା ଲଭିବା ବିଜୟ ।
ଅମରତ୍ଵ ପାଇଁ ଯେବେ ଆଶାୟୀ ମାନବ,
ହଳାହଳ ବିଷ ପିଇ ହୋଇଯାଏ ଶିବ ।
ଜଗତମଙ୍ଗଳ କାମନା ସେ କରେ ,
ଧ୍ରୁବ ତାରା ସମ ଶୋଭେ ଆକାଶରେ।
ନଦୀଧାରା ସମ ସଭିଙ୍କୁ ଛୁଇଁ ଛୁଇଁ ,
ସବୁରି ଦୁଃଖ ସିଏ ନିଏ ବୋହି  ବୋହି ।
ଜହ୍ନମାମୁଁ  ହୁଏ ସବୁରି ଘରେ ସିଏ,
ବିନା ଶରୀରେ ବି ରାଜାସନ ପାଏ।
ଜିଇଁବା ଜୀବନ ଚାଲ ସୁକରମ ବଳେ ,
ବଞ୍ଚି ରହିବା ଭବେ ଯଦି କାଳେ କାଳେ ।
ସାଗରଠୁ ବଳି ଆମେ ହୋଇବା ଗଭୀର ,
ଆକାଶଠୁ ବଳି ହୋଇଯିବା  ସ୍ଥିର ।
ଅନିତ୍ୟ ଶରୀରେ କିଆଁ କରୁଛ ପୀରତି ,
ଦେଉଛ କିଆଁ ତା’ରେ ଏତେ ପ୍ରତିଶ୍ରୁତି ।
ଭୀଷ୍ମଶପଥି ହୁଅ ବଚନ ପାଳନେ,
ତେବେ ହିଁ ବୁଝିବ ଜୀବନର ମାନେ ।
ସ୍ଵାଭିମାନବଳେ ଜିତ ଏ ଜଗତ,
ଅଭିମାନି ସଦା ହୁଏ ପରାହତ ।
ମନ୍ଦିରସମ ଦେଖ ଏ ଶରୀର,
ମନ୍ଦିରେ କିଆଁ ଯାଅ ବାର ବାର । 
        କାମାକ୍ଷୀ ପ୍ରସାଦ ଦାଶ

Comments