Stay tuned to my blog - " ନିଷ୍ପତ୍ତି " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

  “ପ୍ରେମ”, ଏକ ନିରନ୍ତର ପ୍ରବାହ ଏଠି । ଏହି ପ୍ରବାହର ସୁଅରେ ସ୍ଵାଭିମାନଭରା ପ୍ରେମର ନଉକାଟିଏ ଭାସିବାକୁ ଯେତେବେଳେ ଆରମ୍ଭ କରେ ଅଣଚାଶ ବତାଶ ତା’ ଛାତିକୁ ଥରାଇ ଦିଏ । ଛାତିଥରା ପ୍ରାକୃତିକ ବିପର୍ଯ୍ୟୟ ବେଳେବେଳେ ତା’ ପାଇଁ ଏପରି ପ୍ରତିକୂଳ ପରିସ୍ଥିତିକୁ ଆହ୍ଵାନ କରି ଆଣେ ଯେ, ସେ କିଂ କର୍ତ୍ତବ୍ୟ ବିମୁଢ ହୋଇପଡ଼େ ଜୀବନର ଦୋଛକି ଉପରେ । ତା’ର ସୂକ୍ଷ୍ମ ହୃଦୟ ଭାଙ୍ଗିପଡ଼େ । ନଦୀର କ୍ଷୀଣଧାରାଟିଏ ଉତ୍ତୁଙ୍ଗ ପର୍ବତରାଜିର ଆଘାତରେ ଥରି ଉଠିବା ଭଳି ତା’ର କୋମଳ ବକ୍ଷ ଥରିଉଠେ । ଏ ପ୍ରବାହ ଥମିଯାଏ ଛଳ ଛଳ ନଦୀର ଜଳଧାରା ଥମିଗଲା ପରି । ରଙ୍ଗହୀନ ବାସ୍ତବତାର ଆଘାତରେ ହଠାତ ସେ ବିଶୃଙ୍ଖଳିତ ହୋଇଉଠେ । ତାକୁ ସୁବ୍ୟବସ୍ଥିତ କରିବାପାଇଁ ମନ ଓ ବିବେକ ମଧ୍ୟରେ ଆରମ୍ଭ ହୁଏ ସଂଘର୍ଷ । ସମାଧାନର ସମସ୍ତ ପନ୍ଥା ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇଯାଏ । ସମାଧାନର ସୂତ୍ରଟିଏ ପ୍ରାପ୍ତି ହେବା ପୂର୍ବରୁ କ୍ରମେ ଦୂରତ୍ଵ ବୃଦ୍ଧି ପାଏ ମନ ଓ ବିବେକ ମଧ୍ୟରେ । ଆଉ ତା’ ପରେ....? ତା’ ପରେ ଅଘଟଣ ଜନ୍ମ ନିଏ । କାରଣ ସେତେବେଳକୁ ମନ ଓ ବିବେକ ମଧ୍ୟରେ ବୃଦ୍ଧି ପାଇଥିବା ବ୍ୟବଧାନ ଏତେ ବଢି ଯାଇଥାଏ ଯେ, ସେଠୁ ଫେରିବା ଅସମ୍ଭବ ମନେହୁଏ । ବିବେକର ହାତପା’ନ୍ତାରୁ ମନ ଦୂରେଇ ଯିବା ପରେ ଅଭିମାନୀ ହୋଇପଡ଼େ । ନିଜ ଅଭିମାନକୁ ଜାବୁଡ଼ି ଧରି ସେ ପରିଣାମ ପ୍ରତି ଖାତିର କରେନା । କିନ୍ତୁ, ଏଥିପାଇଁ ଦାୟୀ କିଏ? ପ୍ରବାହ ନା ସ୍ଥାଣୁତ୍ଵ ? ପ୍ରବାହର ନା’ ତ ଜୀବନ । ସେ ପୁଣି ଯାତ୍ରାର ଅନ୍ୟନାମ । ଆଉ ସ୍ଥାଣୁତ୍ଵ ? ସେ ତ ମୃତ୍ୟୁର ଅନ୍ୟନାମ । ସ୍ଥାଣୁତ୍ଵ ଜୀବନକୁ ରଙ୍ଗହୀନ କରିଦିଏ । ଯାତ୍ରା ଏଠି ନିଷ୍ପ୍ରଭ ହୋଇପଡେ । ତା’ହେଲେ, ପ୍ରେମ ପ୍ରାପ୍ତିରେ ନା ଅପ୍ରାପ୍ତିରେ ? ତ୍ୟାଗରେ ନା ତପସ୍ୟାରେ ? ପ୍ରତାରଣାରେ ନା ପ୍ରତ୍ୟାଖ୍ୟାନରେ ? ଆସନ୍ତୁ ,ଥରଟିଏ ତର୍ଜମା କରିବା ସେଦିନର “ଆଦାମ ଓ ଇଭ”ଙ୍କୁ ନେଇ । ସେମାନେ କ’ଣ ତେବେ ଭୁଲ କରିଥିଲେ ମନା କରାଯାଇଥିବା ଫଳକୁ ଭକ୍ଷଣ କରି? ନିଷ୍ପତ୍ତି ଏବେ ପାଠକଙ୍କର...............।  

 

Comments