Stay tuned to my blog - ' ପ୍ରାପ୍ତିର ଅନ୍ୟନାମ ପ୍ରଶଂସା ନା ପ୍ରୋତ୍ସାହନ ' । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

ପ୍ରାପ୍ତି, ପ୍ରଶଂସା ଓ ପ୍ରୋତ୍ସାହନ ଏକତ୍ର ଗତିଶୀଳ । ସେମାନଙ୍କର ସମ୍ମିଳନ ତ ପୂର୍ଣ୍ଣତାର ଅନ୍ୟନାମ । ଜଣକ ବିନା ଅନ୍ୟର ସ୍ଥିତି କଳ୍ପନାତୀତ । ତେଣୁ ତ ସେମାନେ ପରସ୍ପର ପରିପୂରକ । ସେମାନଙ୍କ ସ୍ପର୍ଶରେ ମାନବର କ୍ଳାନ୍ତି ଦୂର ହୁଏ । ସେ ପ୍ରତିଭାବାନ ହୋଇ ଦକ୍ଷତାକୁ ପ୍ରମାଣିତ କରେ । ପ୍ରତିଷ୍ଠା ଲାଭ କରେ । ତେଣୁ ସେମାନେ ତ ସ୍ଫୁର୍ତ୍ତିର ଅନ୍ୟନାମ । ପ୍ରତିବନ୍ଧକର ଦୁର୍ଗକୁ ଭେଦି ଅଗ୍ରସର ହେବାପାଇଁ ସେମାନେ ତ ମାନବର ପ୍ରେରଣା ଓ ଉତ୍ସାହ । ସେମାନଙ୍କ ସ୍ପର୍ଶରେ ମାନବ ମାନସିକ ଦୁର୍ବଳତାକୁ ତେଜି ବିଶ୍ଵ ହିତ ପାଇଁ ସଂକଳ୍ପୀ ହୁଏ । ଏକ ସଂସ୍କାରିତ ପଥରେ ଗତିଶୀଳ ହୁଏ । ତା’ ଚୈତନ୍ୟ ଉଦୟ ହୁଏ । ତେବେ, ବେଳେବେଳେ କାହିଁକି ସେମାନେ ବେସୁରା ଲାଗନ୍ତି? ମଣିଷ ସହନଶିଳତାର ସୀମା ଲଙ୍ଘନ କରି କାହିଁକି ସେମାନଙ୍କ ଉପସ୍ଥିତିକୁ ପ୍ରତ୍ୟାଖ୍ୟାନ କରେ ? କାହିଁକି ସେମାନେ ବିଷାଦ ଅବା ଅବସାଦର କାରଣ ସାଜନ୍ତି? ସ୍ତୁତି ଓ ବିସ୍ତୃତି ମଣିଷର କ’ଣ କାମ୍ୟ ନୁହଁ? ବୋଧ ହୁଏ ‘ନା’  ହିଁ ଉତ୍ତର ହେବ ।

ମିଥ୍ୟା ପ୍ରାପ୍ତି, ପ୍ରଶଂସା ଅବା ପ୍ରୋତ୍ସାହନ ମଣିଷର ଆଦୌ କାମ୍ୟ ନୁହଁ; ସେମାନେ ତ ସ୍ତୁତି ଓ ବିସ୍ତୁତିର ଜନ୍ମଦାତା- ସେମାନେ ଯଦି ମିଥ୍ୟା ପଥରେ ଗତିଶୀଳ ହୁଅନ୍ତି ,ସ୍ତୁତି ଓ ବିସ୍ତୃତି ସେ ବିଷ ବଳୟରୁ କେମିତି ମୁକ୍ତି ପାଇବେ? ତେଣୁ ଆସନ୍ତୁ ନା, ପ୍ରାପ୍ତି, ପ୍ରଶଂସା, ପ୍ରୋତ୍ସାହନ, ସ୍ତୁତି ଓ ବିସ୍ତୃତିକୁ ଏକ ସକାରାତ୍ମକ ପଥରେ ଖୋଜିବା- କାରଣ ,ପ୍ରମାଣିତ ହୋଇସାରିଛି ଯେ, ସେମାନେ ହିଁ ସୃଷ୍ଟି, ସ୍ଥିତି ଓ ବିଲୟର ପ୍ରତୀକ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରସମ ସେମାନେ ମଣିଷ ମଧ୍ୟରେ ବିଦ୍ୟମାନ । ଏକ ସକାରାତ୍ମକ ପରିବେଶ ମଧ୍ୟରେ ଦିବ୍ୟ ସାଧନ ଦ୍ଵାରା ସେମାନେ ପ୍ରକଟିତ ହୁଅନ୍ତି ସୃଷ୍ଟିର ମଙ୍ଗଳ ପାଇଁ - ଧ୍ଵଂସ ପାଇଁ ନୁହଁ  । ସେମାନେ ସ୍ଵପ୍ନ ଦେଖାନ୍ତି, ସ୍ଵପ୍ନକୁ ସାକାର କରିବାକୁ ସାଧନାର ମାର୍ଗ ଦେଖାନ୍ତି ତେବେ ସେମାନଙ୍କୁ କୋଳେଇ ନେଲେ କ୍ଷତି କ’ଣ?  

Comments