Stay tuned to my blog - " ସତ୍ୟ କାହିଁକି ବିଡ଼ମ୍ବିତ ଆଜି " । ଅଧିକ ପଢିବାପାଇଁ ଏଠାରେ କ୍ଲିକ କରନ୍ତୁ ।

 ମାନବ ସଭ୍ୟତାର ସୁଦୀର୍ଘ ଐତିହ୍ୟକୁ ଅବଲୋକନ କଲେ ଯେଉଁ ବିଡ଼ମ୍ବିତ ମୁହୂର୍ତ୍ତସବୁ ଆମକୁ ଅନ୍ୟମନସ୍କ କରିଦିଏ ଏବଂ ବାରମ୍ବାର ଆମ ମଧ୍ୟରେ ବିପ୍ଲବର ଝଙ୍କାରକୁ ସୃଷ୍ଟି କରେ, ସେହି ମୁହୂର୍ତ୍ତଗୁଡ଼ିକରୁ କେତୋଟି ମୁହୂର୍ତ୍ତକୁ ସାଉଁଟି ଆଣି ଆଜି ଏ ଆଲେଖ୍ୟକୁ ପ୍ରସ୍ତୁତ କଲାବେଳେ ମୋର ମନେପଡ଼େ ସେ ବିଡମ୍ବିତ ତଥା ବିଳପିତ ସ୍ଵାଧୀନତା । ଆଜି ଆମେ ସ୍ଵାଧୀନ ବୋଲି ନିଜକୁ ଦାବି କରୁଥିବା ମଣିଷମାନେ ବାସ୍ତବରେ କ’ଣ ସ୍ଵାଧୀନ ନା ସ୍ଵାଧୀନତା ନାଁ  ରେ ପରାଧୀନତାର ଶୃଙ୍ଖଳ ମଧ୍ୟରେ ବାଟବଣା? ଏ ବିଷୟକୁ ତର୍ଜମାର ପରିସରଭୁକ୍ତ କଲାବେଳେ ସ୍ଵାଧୀନତା ଯଜ୍ଞରେ ଆତ୍ମାହୁତି ଦେଇଥିବା ଅଗଣିତ ଆତ୍ମାଙ୍କର ଅଶ୍ରୁଭିଜା ପୃଷ୍ଠା ସବୁ ଆମକୁ ଆନ୍ଦୋଳିତ କରିଥାଏ ଏବଂ ସେହି ପୃଷ୍ଠା ଭିତରେ ସେମାନଙ୍କର ସ୍ଵର ଭାସି ଆସୁଥାଏ—“ସତରେ କ’ଣ ସ୍ଵାଧୀନ ଆମେ?”

ସ୍ଵାଧୀନତା ଏବଂ ସ୍ଵାଭିମାନ ଏଠି ଏକତ୍ର ଗତିଶୀଳ । ଏହି ଗତିଶୀଳତା ହିଁ ମାନବ ଜୀବନକୁ ସନ୍ତୁଳିତ କରି ସ୍ଵାଧୀନତାର ମହାମୂଲ୍ୟବୋଧକୁ ପ୍ରତିପାଦନ କରିଥାଏ । ମାନବ ଇତିହାସର ସୁଦୀର୍ଘ ପଥରେ ସନ୍ତୁଳନତାର ଏହି ସତ୍ୟ ତ ବାରମ୍ବାର ପ୍ରତିପାଦିତ ହୋଇ ଆସିଛି । ସ୍ଵାଭିମାନୀ ମଣିଷଟିଏ ଯେତେବେଳେ ତା’ ସ୍ଵାଭିମାନକୁ ପାଥେୟ କରି କିଛି ସ୍ଵତନ୍ତ୍ର କରିବାପାଇଁ ଇଛା ପୋଷଣ କରିଥାଏ, ସେତେବେଳେ ତା’ ସ୍ଵାଧୀନତା ସାମନ୍ତବାଦୀ ଚିନ୍ତାଧାରାର ଚକ୍ରବିହ୍ଵ ମଧ୍ୟରୁ ବାରମ୍ବାର ମୁକୁଳି ଆସିବା ପାଇଁ ଚେଷ୍ଟା କରେ । ସେ ବୁଝିପାରେ ଯେ, ସେ କେତେ ମାତ୍ରାରେ ସ୍ଵାଧୀନ । ତା’ ସ୍ଵାଧୀନ ଚିନ୍ତା ଓ ଚେତନା ସାମାଜିକ ବନ୍ଧନକୁ ଭେଦି ପ୍ରଭାବୀ ବ୍ୟକ୍ତି ବିଶେଷଙ୍କୁ ଅତିକ୍ରମ କରି ଆଗେଇପାରେନା । ଏଥିରୁ ମନେହୁଏ ଯେ, ମାନବ ଜୀବନର ଚରମ ସତ୍ୟ “ସ୍ଵାଧୀନତା” ବିଡ଼ମ୍ବିତ । ତେଣୁ ତ ଇତିହାସର ପୃଷ୍ଠା ସେ ମୂଲ୍ୟବୋଧ ପ୍ରତିଷ୍ଠା କରିବାପାଇଁ ରକ୍ତ ଜୁଡୁବୁଡୁ ହୋଇ ସାରିଛି । ତେବେ ସେ ବନ୍ଧନକୁ ସତରେ କ’ଣ ଅତିକ୍ରମ କରିହେବ?

ମୁକ୍ତି ହିଁ ଜୀବନର ଅନ୍ୟନାମ ବୋଲି ସତରେ କ’ଣ ପ୍ରମାଣିତ କରିହେବ ? ଯଦି ନା, ତେବେ ପ୍ରତିଟି ସ୍ଵାଭିମାନୀ ଆତ୍ମା ନିଜକୁ ସ୍ଵାଧୀନ ବୋଲି ଦାବି କରିବା ଏକ ମିଥ୍ୟା ପ୍ରହେଳିକା ନୁହେଁ କି? ପାଗଳ ମନର ପ୍ରଳାପ ନୁହେଁ କି? ତେଣୁ ଏମିତି ଏକ ବିଡ଼ମ୍ବିତ ସ୍ଵାଧୀନତାକୁ ପ୍ରାପ୍ତ କରିବାରେ ଆତ୍ମିକ ଉନ୍ନତି ସମ୍ଭବ ତ? ଏହା ଜୀବନ୍ତ ମୃତ୍ୟୁର ଅନ୍ୟନାମ ନୁହଁ ତ? ଆସନ୍ତୁ, ଥରଟିଏ ନିଜକୁ ପଚାରିବା....... ସମୟକୁ ଓ ସମାଜକୁ ପଚାରିବା । ଆମ୍ଭେମାନେ ସ୍ଵାଧୀନ ପତାକା ତଳେ ସ୍ଵାଧୀନତା ନାଁରେ ପ୍ରବଞ୍ଚିତ ନୁହଁ ତ? ଆମମାନଙ୍କର ସରଳ ଭାବନା ସାମନ୍ତବାଦୀ ଚିନ୍ତନର ଜଟିଳତା ମଧ୍ୟରେ ବାଟବଣା ହୋଇଯାଇନି ତ?ତେଣୁ ତ ମୋ ଲେଖନୀରୁ ଝରି ଆସେ -

“ବନ୍ଧନ ଭେଦି ପର୍ଦ୍ଦା ଆଡ଼େଇ

ଶୁଣିଛ କି କେହି ମୁକ୍ତିର ସ୍ଵର,  

ମୁକ୍ତି ନାଁ ରେ ଏ ମଣିଷ ଏବେ

ବିଡ଼ମ୍ବିତ ବାର ବାର ।

ମୁକ୍ତି ନାଆରେ ବସି

ଏ ମାନବ ବିବ୍ରତ କିଆଁ ଆଜି,

ସ୍ଵାଭିମାନ ତା’ର ନାଆ ମଙ୍ଗରେ

କାହିଁକି ଯାଇଛି ହଜି ?

 

 

Comments