Stay tuned to my blog - " ସ୍ଵାଧୀନତା କ’ଣ ସ୍ଵୟଂସମ୍ପନ୍ନତାର ଅନ୍ୟନାମ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
ସ୍ଵାଧୀନତା ଓ ସ୍ଵୟଂସମ୍ପନ୍ନତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ମଣିଷ ସ୍ଵାଧୀନ ବୋଲି ହିଁ ତ ସ୍ଵୟଂସମ୍ପନ୍ନ ହେବାର ସ୍ଵପ୍ନ ଦେଖିଥାଏ । ତା’ ସ୍ଵାଭିମାନକୁ ତୋଳି ଧରିବାପାଇଁ ପ୍ରୟାସ କରିଥାଏ । ସ୍ଵାଭିମାନର ନଉକାରେ ବସି ବିପକ୍ଷୀର ବୁଲେଟ ସାମ୍ନାରେ ନିଜକୁ ପ୍ରତିଷ୍ଠା କରିବାପାଇଁ ଆତ୍ମାହୂତି ଦେବାକୁ ପଛଘୁଞ୍ଚା ଦିଏ ନାହିଁ । ତେବେ, ମଣିଷର ଏହି ସ୍ଵାଧୀନଚେତା ଇତିହାସର ପ୍ରତିଟି ପୃଷ୍ଠାରେ ସାମନ୍ତବାଦୀ ଚିନ୍ତନର ରେଲିଂ ଭିତରେ କାହିଁକି ବନ୍ଦୀ ? ବୋଧହୁଏ, ଇତିହାସର ସେହି ବ୍ୟଥିତ ମୁହୂର୍ତ୍ତସବୁ ଦାର୍ଶନିକ ରୁଷୋଙ୍କ ପାଇଁ ଅସହ୍ୟ ହୋଇ ଉଠିଥିଲା । ତେଣୁ ତାଙ୍କ ଉଦ୍ବେଳିତ ଲେଖନୀରୁ ଝରିଆସିଥିଲା “Man is born free but he is chained every where”
ପରାଧୀନତା ମାନବ ଜୀବନରେ
ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଆଣେ । ମଣିଷର ଅନ୍ତର୍ନିହିତ ଗୁଣାବଳୀ ପରାଧୀନତାର ନିଗଡ଼ ମଧ୍ୟରେ
ସାମାଜିକ, ଆର୍ଥିକ, ଧାର୍ମିକ ଓ
ମନସ୍ତାତ୍ତ୍ୱିକ ତାଡ଼ନାକୁ ସହ୍ୟ କରି ବିପ୍ଲବର ସ୍ଵର ତୋଳେ । ଏହି ବିପ୍ଳବର ସ୍ଵର କେତେବେଳେ
ବିଳାପର ରୂପ ନିଏ ତ ଅନ୍ୟ କେତେବେଳେ ଶ୍ମଶାନର ନୀରବତା ମଧ୍ୟରେ ହଜି ଯାଇଥାଏ । ହେଲେ କିନ୍ତୁ
ଏହାର ଅନ୍ତଃ ପ୍ରତିଧ୍ୱନି ପ୍ରତି ମୁହୂର୍ତ୍ତରେ ସ୍ଵାଧୀନତାର ମହାବେଦୀ ଉପରେ ସ୍ଵୟଂସମ୍ପନ୍ନତାର
ପାହାନ୍ତି ସ୍ଵପ୍ନକୁ ସାକାର କରିବାପାଇଁ ଅହର୍ନିଶି ସାଧନାର ଯଜ୍ଞବେଦିରେ ନିଜକୁ ଆହୁତି ସଜାଇ
ଥାଏ । ତେଣୁ ତ ଗଙ୍ଗାଧର ତିଳକଙ୍କର କାଳଜୟୀ ଲେଖନୀରୁ ସେଦିନ ଝରି ଆସିଥିଲା “Freedom
is my birth right and I should have it” ଏହି ସ୍ଵାଧୀନତାକୁ ଉପଲବ୍ଧି
କରୁଥିବା ପ୍ରତିଟି ମଣିଷ ଯୁଗେ ଯୁଗେ ସ୍ଵୟଂସମ୍ପନ୍ନ ବୋଲି ତ ଏହାର ମହନୀୟତା ଏଯାବତ ସୂର୍ଯ୍ୟରଶ୍ମିସମ
ଚିରନ୍ତନତାକୁ ପ୍ରତିପାଦାନ କରିଥାଏ । ତେବେ ସେ ମୁକ୍ତ ଓ ସ୍ଵାଧୀନ ନଉକାରେ ସମୟ ସ୍ରୋତରେ
ସ୍ଵୟଂସମ୍ପନ୍ନତାକୁ ଆହୁଲା କରି ବିଚରଣ କରୁଥିବା ପ୍ରତିଟି ଦୃଢମନା ଦିବ୍ୟାତ୍ମାଙ୍କୁ ନିଜ
ଜୀବନର ଆଦର୍ଶ ରୂପେ ଗ୍ରହଣ କରି ସେମାନଙ୍କର ପଦାଙ୍କ ଅନୁସରଣ କଲେ କ୍ଷତି କ’ଣ? କାରଣ ସେମାନେ ପରା ମାନବଜାତିର ଅଗ୍ରଦୂତ ।
Comments
Post a Comment