ଅତୀତରେ ଆମେ ଛାଡ଼ି ଆସିଥିବା ସ୍ମୃତି ଫୁଲ ସବୁ ବେଳେବେଳେ ଅଲୋଡ଼ା ମନେହେଲେ ବି ସେ ଅତୀତର
ଡଷ୍ଟବିନ୍ ରୁ ବାହାରି ଥିବା କିଛି ସ୍ମୃତିର ପାଖୁଡ଼ା ଘନ ଅନ୍ଧକାର ମଧ୍ୟରେ ଉଜ୍ଜ୍ବଳ ଭବିଷ୍ୟତ
ପାଇଁ ନକ୍ସାଟିଏ ପ୍ରସ୍ତୁତ କରିଦେବ, ଏହା
ନିଃସନ୍ଦେହ ଏବଂ
ଏହି ମାଟିର ପ୍ରତାରଣାକୁ ତୋଳି ନେଇ ଅଥବା ନିରାଶବାଦର ଲୁହକୁ ପୋଛିଦେଇ ତା' ପାଇଁ ଆଲୋକର ସ୍ୱାଗତିକା ଗାନ କରିବା ନିଶ୍ଚୟ।
ନିରାଶବାଦର ପିଆଲାରେ ଆଶାର ଅମୃତ ଭରିଦେବ ନିଶ୍ଚୟ। ଏହା ତ ବୋଧେ ସୃଷ୍ଟିର ନିୟାମକ। ରାତ୍ରୀ
ପରେ ଦିନ ଏଠି ଆସିବ ନିଶ୍ଚୟ ଏବଂ ପ୍ରତିଟି ବିଫଳତା ପରେ ସଫଳତାର ରଶ୍ମୀରେଖା ଏ ମାଟି ମଣିଷର ପ୍ରତିଟି ଅଙ୍ଗ
ପ୍ରତ୍ୟେଙ୍ଗରେ ବିଛୁରି ହୋଇଯିବ ନିଶ୍ଚୟ- ଆଉ ସଫଳତାର ଅଫୁରନ୍ତ ସ୍ଫୁର୍ତ୍ତି ତା
ଶିରାପ୍ରଶିରାରେ ଖେଳିଯିବ। ତା'
ଓଠରୁ ନିରାଶବାଣୀ
ବଦଳରେ ଝରି ଆସିବ ଅମୀୟ ମଧୁର ମନ୍ଦ୍ରବାଣୀର ଧାରା। ଆଉ ସଫଳତାର ଏହି ଜୟଯାତ୍ରାରେ ଉଲ୍ଲସିତ ହୋଇ
ଏ ମଣିଷ ନିଶ୍ଚୟ ସେ ପଥର ଯାତ୍ରୀ ହେବ ଓ ଅନ୍ଧାରରୁ ଆଲୋକକୁ ଗତି କରିବ । ଅନ୍ଧାରରୁ ନିଜକୁ ନିବୃତ କରିବ ଏବଂ ଆଲୋକକୁ ସ୍ଵାଗତ କରିବ । ଆମେ ନିଶ୍ଚୟ ଯାତ୍ରୀ ହେବୁ ଅନ୍ଧାରରୁ ଆଲୋକକୁ। ତାହେଲେ ଏଥିପାଇଁ କଣ ଆବଶ୍ୟକ? ଆବଶ୍ୟକ କେବଳ ଆମର ଧୈର୍ଯ୍ୟ , ସହନଶୀଳତା ଓ ନିଷ୍ଠା । ନିର୍ମାଣ ପାଇଁ ଆବଶ୍ୟକ ଇଛା
ଶକ୍ତି। ତେବେ ଆସନ୍ତୁ,
ଶ୍ରଦ୍ଧାର ସହ ଆମେ
ଆଗେଇ ଯିବା ଆମ ଯାତ୍ରା ପଥରେ କାରଣ ଆମ ଶ୍ରଦ୍ଧା ହିଁ ତ ଆମ ଯାତ୍ରା ପଥରେ ଆମକୁ ପ୍ରେରିତ କରିବ
ଅନ୍ୟଥା ବିଫଳତା ଆମ ପଥରୁଦ୍ଧ କରି ଆମ ବିଷାଦର କାରଣ ହେବ । ତେଣୁ ତ ମୋ ଆହ୍ଵାନ ପୁସ୍ତକ ଉଦ୍ଘୋଷଣ କରେ- "ହେ ମୋର ଆଲୋକ ସନ୍ଧାନି ଯୁବ ପ୍ରତିଭାଗଣ, ଥମି ଯାଅ ନାହିଁ.... ନୋଳିଆର ତୀକ୍ଷ୍ଣ ଦୃଷ୍ଟି ନେଇ କର୍ତ୍ତବ୍ୟର ମହୋଦଧିରେ ଲମ୍ଫ ପ୍ରଦାନ
କର। ସଫଳତା ଅର୍ଘ୍ୟ ଥାଳି ଧରି ତୁମ ବନ୍ଦାପନା ପାଇଁ ପ୍ରତୀକ୍ଷାରତ। ମୁକ୍ତା ଅବଶ୍ୟ ପ୍ରାପ୍ତ
ହେବ ଆଗେଇ ଚାଲ,
ପ୍ରତିଟି ବିଫଳତା
ତୁମ ପାଇଁ ଏକ ଏକ ଅନୁଭୁତି ମାତ୍ର ।
|
|
|
Comments
Post a Comment