Stay tuned to my blog- " ଯୌବନର ତୀରେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ପ୍ରମତ୍ତ ଯୌବନର ପ୍ରସାରିତ ଅଗଣାରେ ପ୍ରଭୁତ୍ଵ  ଜାହିର କରି ପ୍ରତି ମୁହୂର୍ତ୍ତରେ ପ୍ରତିକ୍ଷିତ ସ୍ୱପ୍ନମାନଙ୍କୁ ସାଉଁଟି ଆଣୁଥିବା ପ୍ରତ୍ୟେକ ଦୃଢାତ୍ମା ଅନୁଭୂତିର କଷଟି ପଥରରେ ନିଜକୁ ପୁନଃ ପୁନଃ ପରୀକ୍ଷା ନ କରିବା ଯାଏଁ ନିଜ ମିଥ୍ୟା ଆସ୍ଫାଳନରେ ମସଗୁଲ ରହନ୍ତି  । ସଦ୍ୟ ସକାଳର ପ୍ରସ୍ଫୁଟିତ ସୁମନ ଭଳି  ନିଜ ସୁରଭିକୁ ବିତରଣ କରିବାକୁ ହେଲେ ସେମାନେ ହୃଦୟଙ୍ଗମ କରିବା ଉଚିତ୍ ଯେ ‘ପ୍ରତିଷ୍ଠା’ ପ୍ରତିପତ୍ତି ଓ ପ୍ରଭୁତ୍ଵରେ ଆସେ ନାହିଁ  । ବରଂ ଆସିଥାଏ ତ୍ୟାଗରେ,ନିଷ୍ଠାରେ ତଥା ପ୍ରେମରେ  । ଦିବ୍ୟପ୍ରେମର ପରିଭାଷାକୁ ବୁଝି ପାରୁଥିବା ପ୍ରତିଟି ଦିବ୍ୟାତ୍ମା ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥାନ୍ତି ବୋଲି ପ୍ରତିଷ୍ଠା ସେମାନଙ୍କ ନିକଟକୁ ସ୍ୱତଃ ଆସିଥାଏ ଏବଂ ସେ ସ୍ୱତଃ ପ୍ରକ୍ରିୟାରେ ସେମାନେ ଅତି ସାଧାରଣ ମଣିଷର ନିକଟତର ହୋଇ ସେମାନଙ୍କର ହୃଦୟ ଜୟ କରିପାରନ୍ତି  । ତେଣୁ ତ ସମ୍ରାଟ ଅଶୋକ କହିଥିଲେ, "ତରବାରୀର ଜୟ ପ୍ରକୃତ ଜୟ ନୁହେଁ ବରଂ ହୃଦୟର ଜୟ ହିଁ ପ୍ରକୃତ ଜୟ  ।"ତେଣୁ ଆସନ୍ତୁ ,ମଣିଷର ହୃଦୟକୁ ଜୟ କରି ନିଜ ପ୍ରତିଷ୍ଠା ଓ ପ୍ରଭୁତ୍ୱର ମାଧୁର୍ଯ୍ୟକୁ ଅନୁଭବ କରିବା ଏବଂ ପ୍ରାଣସ୍ପର୍ଶୀ ମଧୁର ବାକ୍ୟରେ ଜଗତକୁ ମୋହି ନେବା  । ନଚେତ୍ ପ୍ରଭୁତ୍ୱର ମିଥ୍ୟା ଆସ୍ଫାଳନ ଦୂର ଦିଗ୍ ବଳୟରେ କେବଳ ପ୍ରତିଧ୍ୱନି ତୋଳି ଆମ ନିକଟକୁ ପ୍ରତ୍ୟାବର୍ତ୍ତନ କରିବ ସିନା, ସାମାଜିକ ପରିବର୍ତ୍ତନ ଧାରାକୁ ପ୍ରଭାବିତ କରିପାରିବ ନାହିଁ ବରଂ ଆମ ପ୍ରତିଷ୍ଠା ଓ ପ୍ରଭାବକୁ ଉପହାସ କରୁଥିବ । ତେଣୁ ଆସନ୍ତୁ, ସମୟର ବିସ୍ତୀର୍ଣ୍ଣ ଅଗଣାରେ ସେ ଉପହାସର ପ୍ରତିଧ୍ୱନିକୁ ଶ୍ରବଣ କରିବା ଆଗରୁ ପ୍ରତିଷ୍ଠା ଓ ପ୍ରଭୁତ୍ୱର ସଂଜ୍ଞାକୁ ଥରେ ପଢି ନେବା  । କାରଣ ସମୟର  ନଈ ବହିଯିବା ପରେ ଅନୁଶୋଚନାର ବାଲିଗରଡ଼ା ଆମକୁ ହାତ ଠାରି କହୁଥିବ- "ଆଉ ବେଳ ନାହିଁ... ଅନୁଶୋଚନା କଲେ କ'ଣ ହେବ ?

Comments