ଶୈଶବ ଏକ ଅନୁଭୂତି । ଏହା ପୁଣି ଏକ ପାହାନ୍ତି ସ୍ୱପ୍ନର ସିଡ଼ି । ସମ୍ଭାବନାର ଗୋଲାପ ବଣ ଏହା । ଏହା ପୁଣି ସାଧନାର
ଯଜ୍ଞବେଦୀ
। ପ୍ରତ୍ୟହ ପ୍ରଭାତରେ ଏହି ଯଜ୍ଞବେଦୀରେ ସମର୍ପଣର ଘୃତ ଢାଳି ଶିଶୁଟିଏ ତା' ସୁନେଲି ଭବିଷ୍ୟତର ଫର୍ଦ୍ଦ ସବୁ ଲେଖି ବସେ । ହେଲେ, ବେଳେବେଳେ
କେଜାଣି କାହିଁକି ତା'
ଚଳଚଞ୍ଚଳ କଲମର
ଗତି ଥମି ଯାଏ କେଉଁ ଏକ ନିର୍ଦ୍ଦେଶକ ଅବା ପରିଚାଳକର ଇସାରାରେ । ତା'
କୁନି ଆଙ୍ଗୁଠିର
ଅଗ୍ରଭାଗ ଥରିଉଠେ
। କଲମ ତା' ହାତରୁ ଖସିଆସେ କେଉଁ ଏକ ଅଜଣା କମ୍ପନରେ । ତା'
ସୁନେଲି ଭବିଷ୍ୟତର
ରାସ୍ତାରେ ଧୂସର ପାହାଡ଼ଟିଏ ଠିଆହୁଏ । ସେ ତା' ସାମ୍ନାରେ ଥିବା ଧୂସର ପାହାଡ଼କୁ ଭାଙ୍ଗିବାକୁ
ଆରମ୍ଭ କରେ ।
ହେଲେ ଏ' କ'ଣ ?
ପାହାଡ଼
ଭାଙ୍ଗିବାକୁ ତାକୁ କିଏ ମନା କଲା ଏବେ ? ପାହାଡ଼ ଭାଙ୍ଗିଲେ ସିନା ସେ ତ୍ୱରାନ୍ୱିତ ହେବ ! ତା' ଗତିପଥ କାହିଁକି ରୁଦ୍ଧ ଆଜି ? ତାକୁ ପରିଚାଳନା କରୁଥିବା ନିର୍ଦ୍ଦେଶକର ସ୍ୱର କାହିଁକି ଆଜି ଚୁପ୍ ଚାପ୍ ପାହାଡ଼ ଭଙ୍ଗା
ପର୍ଯ୍ୟାୟରେ ? ସେ କିଂ କର୍ତ୍ତବ୍ୟ ବିମୂଢ ହୋଇଯାଏ ତା' ନିର୍ଦ୍ଦେଶକର ଏତାଦୃଶ୍ୟ ଆଚରଣ ପାଇଁ । ତା'
ପାଇଁ ଆଗକୁ
ବଢିବାର ସବୁତକ ଦ୍ୱାର ରୁଦ୍ଧ କାହିଁକି ଆଜି ? ଆସନ୍ତୁ ଥରଟିଏ ତା'ର ତର୍ଜମା କରିବା । ଅଧୁନା ଏ ବିଶ୍ୱପୃଷ୍ଠରେ ଶୈଶବ କାହିଁକି ବିଡ଼ମ୍ବିତ ?
ଶିଶୁରୂପୀ ବୃକ୍ଷଟିଏ
ଅଙ୍କୁରୋଦ୍ଗମ ହେବା ଆଗରୁ ତା' ବିକାଶ ପ୍ରକ୍ରିୟା ଆଜି ବାଟବଣା କିଆଁ ? ଅର୍ଥ ଉପାର୍ଜନ ପାଇଁ ଶିଶୁଟିଏ ଏ ବିଶ୍ଵରେ କଞ୍ଚା
ଅବସ୍ଥାରୁ ବିନିଯୋଗ ହେବା କ'ଣ ନିହାତି ଆବଶ୍ୟକ ? ସେ ପରା ସମ୍ଭାବନାର ଉପକ୍ରମଣିକା ଏବଂ ଉପସଂହାର ବି । ତେବେ ତାକୁ ବିକାଶ ପଥରେ ସହାୟତାର ହସ୍ତ ପ୍ରସାରଣ ନ କଲେ ତା' ବିକାଶ ତ୍ୱରାନ୍ୱିତ ହେବ କିଭଳି ? ତେଣୁ ଆସନ୍ତୁ, ଆମେ ନିର୍ଦ୍ଦେଶକ ବା ପରିଚାଳକ ଭୂମିକାରେ ରହି
ଶିଶୁଟିର ବିକାଶ ପ୍ରକ୍ରିୟାକୁ ରୁଦ୍ଧ କରିବାନି ଆଉ । ବରଂ ତା'
ସମୃଦ୍ଧି ପଥରେ
ପୁଷ୍ପବୃଷ୍ଟି କରିବା ପାଇଁ ସଂଯୋଜକ ଓ ସହାୟକ ଭୂମିକାରେ ଅବତୀର୍ଣ୍ଣ ହେବା । ତା'
ସ୍ୱାଧୀନତାକୁ
ସମ୍ମାନ ଦେବା
। ତା' ସମୃଦ୍ଧିକୁ ସ୍ୱାଗତ କରିବା । ତା'ହେଲେ ସିନା ଏଜାତି ବିକାଶର ଧାରାକୁ ଜାରି ରଖି
ପାରିବ
।
Comments
Post a Comment