Stay tuned to my blog - " ପ୍ରଭାବି ସ୍ୱପ୍ନର ତୀରେ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

                  ପ୍ରଭାବି  ସ୍ୱପ୍ନର ପ୍ରତୀକାତ୍ମକ ପ୍ରଭାବରେ ଯେଉଁ ଦିବ୍ୟାତ୍ମାଗଣ ନିରନ୍ତର ପ୍ଲାବିତ ହୋଇ ନିରବଚ୍ଛିନ୍ନ ନଈଧାରସମ ପ୍ରବାହିତ ହୁଅନ୍ତି, ସେମାନେ ହିଁ ସମ୍ଭବତଃ ଏ ବିଶ୍ଵର ଉଦ୍ୟୋଗୀ ବ୍ୟକ୍ତି ଓ ପୁରୁଷାର୍ଥକୁ ପ୍ରମାଣ କରିପାରୁଥିବା ସଫଳ ବ୍ୟକ୍ତିତ୍ଵ । ସେମାନେ ବ୍ୟବସ୍ଥିତ ଉକ୍ତିକୁ ତ୍ଵରାନ୍ଵୀତ କରିପାରନ୍ତି ବୋଲି ସେମାନଙ୍କୁ ଏ ବିଶ୍ଵ-ସମୁଦାୟ ପ୍ରଭାବୀ ବ୍ୟକ୍ତିତ୍ଵର ଆସନରେ ଆସିନ କରାଇଥାଏ ଏବଂ ଅକାଳରେ ନିଃଶବ୍ଦ ହୋଇ ଆସୁଥିବା ଅଗଣିତ ଆତ୍ମାଙ୍କର ପ୍ରତିଷ୍ଠା ଯଜ୍ଞରେ ପୁରୋଧା କରିଥାଏ। ପୁନଶ୍ଚ ,ସେମାନେ ହିଁ ତ ଅନ୍ୟମନସ୍କ ହୋଇ ଅକାରଣରେ ବିଳାପ କରୁଥିବା ଅଗଣିତ ଆତ୍ମାଙ୍କର ଉଦ୍ଧାରକର୍ତ୍ତା । ଆବେଗର ଉତ୍ସାହରେ ସେମାନେ ଏଭଳି ତଲ୍ଲୀନ ଯେ ସେମାନଙ୍କୁ ଦୂରରୁ ଦେଖିଲେ ବି ଉଦାସୀ ଆତ୍ମା ମଧ୍ୟରେ ସରସତା ଜାଗ୍ରତ ହୁଏ। ପ୍ରକୃତିର ଚିରନ୍ତନ ସତ୍ୟକୁ ଗ୍ରହଣ କରିଚାଲିଥିବା ଏହି ଆତ୍ମାଗଣ ପ୍ରକୃତିର ପ୍ରତିଟି ନିୟମକୁ ସମ୍ପର୍କର ରୂପ ଦେଇଥାନ୍ତି । କାରଣ ପ୍ରକୃତି ସେମାନଙ୍କୁ ଉପେକ୍ଷା କରିନି କେବେ ଆଉ ପ୍ରକୃତିର ପ୍ରତିଟି ଉପାଦାନକୁ ସେମାନେ ବିସ୍ମୃତିର  ଗର୍ଭରେ ନିକ୍ଷେପ କରିନାହାନ୍ତି କେବେ। ପ୍ରତିଟି ପ୍ରାରମ୍ଭ ପରେ ସମାପ୍ତି ବି ଆସେ ଏଠି ଆଗମନ ଓ ପ୍ରତ୍ୟାଗମନ ତ ପ୍ରକୃତିର ଚିରନ୍ତନ  ନିୟମ ଏଠି । ତେବେ ପ୍ରତୀକାତ୍ମକ  ସ୍ଵପ୍ନମାନେ ଏଠି ଏ ନିୟମରୁ ବହିର୍ଭୂତ ହୁଅନ୍ତେ ବା କେମିତି । ତେଣୁ ତ ମନର ପରିଧି ମଧ୍ୟକୁ ଅଯାଚିତ ଭାବେ ବାରମ୍ବାର ପଶିଆସି ସେମାନେ ଉଦ୍ୟୋଗୀ ବ୍ୟକ୍ତିଗଣଙ୍କର ଆଖିରୁ ନିଦକୁ ଛଡ଼ାଇ ନିଅନ୍ତି ସ୍ଵପ୍ନ ସାକାର ନ ହେବା ପର୍ଯ୍ୟନ୍ତ। ଆଉ ଅଣଉଦ୍ୟୋଗୀ ବ୍ୟକ୍ତିଗଣଙ୍କ ପାଇଁ ପ୍ରତୀକାତ୍ମକ ସ୍ଵପ୍ନମାନେ ଶୀତୁଆ ସକାଳର ମିଷ୍ଟ ଭଳି। ସୂର୍ଯ୍ୟର ପ୍ରକାଶ ସେମାନଙ୍କ ପାଇଁ ଅସହ୍ୟ ଯେମିତି ଏଠି । ନିଷ୍ପତ୍ତି ଏବେ ଆମ ଯୁବ ପ୍ରତିଭାଙ୍କ ହାତରେ। ତାରୁଣ୍ୟର ଉଦ୍ଦାମତାରେ ପ୍ରତୀକାତ୍ମକ ସ୍ଵପ୍ନମାନଙ୍କୁ ଶୀତୁଆ ସକାଳର ମିଷ୍ଟ ଭଳି ଉଡ଼େଇଦେବା ନା ସେମାନଙ୍କୁ ଗଳାରମାଳି କରି ଅଭୀଷ୍ଟ ପୂର୍ଣ୍ଣ ପର୍ଯ୍ୟନ୍ତ କର୍ମଯଜ୍ଞରେ ଆହୁତି ସାଜିବା । ନିରନ୍ତର ଗତିଶୀଳ ସମୟ ସ୍ରୋତରେ ଆମ ଉପସ୍ଥିତି କେତେ ଯେ ନଗଣ୍ୟ ସେ କଥା ଅନୁଭବି ହିଁ ବୁଝିପାରେ । ତେଣୁ ଆସନ୍ତୁ, ସେ ଅନୁଭବକୁ ନେଇ ବର୍ତ୍ତମାନର ସିଲଟ ଉପରେ ଅତୀତର ଖଡ଼ି ଧରି ଆମ ଭବିଷ୍ୟତକୁ ଆଙ୍କି ଚାଲିଥିବା । 

Comments