ସମାଧାନ ଓ ସଂଶୋଧନ ସର୍ବଦା ପ୍ରଗତିର ଦ୍ୟୋତକ
। ସତ୍ୟ, ନ୍ୟାୟ ଓ ଧର୍ମର ପବିତ୍ର ଧ୍ଵଜାକୁ ଧାରଣ କରି ସମାଧାନ ଓ ସଂଶୋଧନର ସବୁଜ ପତ୍ରିକା ଧରି
ଯେଉଁ ଯୁଧିଷ୍ଠିରମାନେ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସନ୍ତି, ସେମାନେ ହିଁ ତ ରାମରାଜ୍ୟ ପ୍ରତିଷ୍ଠାର ମହାଦୌଡ଼ରେ ଅବତୀର୍ଣ୍ଣ ହେବାର ସାହାସ ସଞ୍ଚାର କରନ୍ତି ଆଉ
ସେମାନେ ହିଁ ସମ୍ଭବତଃ କୃତବିଦ୍ୟ ପଣ୍ଡିତ ରୂପେ ଜୀବନର ଚକ୍ରବିହ୍ଵକୁ ଭେଦ କରି ଇତିହାସରେ ନୂତନ ଯୁଗର ଆରମ୍ଭ କରନ୍ତି । କାରଣ ସମାଧାନ ଓ ସଂଶୋଧନର ଅମୋଘ ଅସ୍ତ୍ରରେ ସେମାନେ ବଳିଆନ । ଆଉ ସେମାନଙ୍କର ସେ ଅଦୃଶ୍ୟ ଶକ୍ତି ପ୍ରବାହ ସେମାନଙ୍କୁ
ବିଶ୍ୱ ବକ୍ଷରେ ଅଦ୍ଵିତୀୟ କରି ଗଢି ତୋଳି ଥାଏ । ସେମାନଙ୍କର ଆଖିର ଜ୍ୟୋତି ତଥା ମନର ପ୍ରତିଜ୍ଞା ଶତସିଂହର ପ୍ରତୀକାତ୍ମକ ଶକ୍ତିରେ
ଋଦ୍ଧିମନ୍ତ ହୋଇଥିବା କାରଣରୁ ସେମାନେ ନିର୍ଭିକ ଓ ନିର୍ଭୟରେ ପଥ ଅତିକ୍ରାନ୍ତ କରିପାରନ୍ତି । ଜୀବନର ସୁଦୀର୍ଘ ଚଲାପଥରେ ସମାଧାନ ଓ ସଂଶୋଧନ ଜନିତ ସେମାନଙ୍କର ଅଜସ୍ର ଅନୁଭୂତି ନିକଟରେ ଏ
ମାନବ ସମାଜ ସର୍ବଦା ନତମସ୍ତକ ହୋଇଥାଏ । ଅଭିମନ୍ୟୁମାନଙ୍କ
ଭଳି ସେମାନେ ଜୀବନର ଚକ୍ରବିହ୍ଵ ମଧ୍ୟରେ ବିବ୍ରତ ନ ହୋଇ ପ୍ରତ୍ୟାବର୍ତ୍ତନର ସମସ୍ତ ସୂତ୍ରକୁ ଖୋଜି ପାଆନ୍ତି । ଜୀବନର ଚକ୍ରବିହ୍ଵ ମଧ୍ୟକୁ ପ୍ରବେଶ ତଥା ସେଠାରୁ ପ୍ରତ୍ୟାବର୍ତ୍ତନ କରିବାର
ସମସ୍ତ ସୂତ୍ରକୁ ଅଧ୍ୟବସାୟ ଓ ସାଧନା ବଳରେ ସେମାନେ ଆୟତ୍ତ କରି ପାରନ୍ତି ବୋଲି ତ ସେମାନଙ୍କର ଦିବ୍ୟତା ଏଠି
ବନ୍ଦନୀୟ
। ଜୀବନ ଯଜ୍ଞରେ ତେଣୁ ତ ସେମାନେ ଅପହୃତ ହୋଇ ବି ନିରୁଦ୍ଦିଷ୍ଟ ହୁଅନ୍ତି ନାହିଁ । ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ପଙ୍କରୁ ପଦ୍ମ ପ୍ରସ୍ଫୁଟିତ
ହେବା ଭଳି ବା ନିକାଞ୍ଚନ ଅରଣ୍ୟର ଶୂନ୍ ଶାନ୍ ପରିବେଶରୁ ଯୋଗୀମୁନିଙ୍କର ଆରଣ୍ୟକ ଶାସ୍ତ୍ର ସୃଷ୍ଟି ହେଲା ଭଳି ସେମାନେ ଆବିର୍ଭାବ ହୁଅନ୍ତି
ଦିବ୍ୟାଲୋକରେ ଉଦ୍ଭାସିତ ହୋଇ
। ତେବେ ସେଭଳି ମହାତ୍ମାମାନଙ୍କର ପଦାଙ୍କ ଅନୁସରଣ କରି
ସେମାନଙ୍କର ଅନୁଭୂତିକୁ ନିଜେ ଗ୍ରହଣ କରି ତଥା ଅନ୍ୟକୁ ବିତରଣ କରି ଆନନ୍ଦ ଉପଲବ୍ଧି କରିବା ଆସନ୍ତୁ । କାରଣ ସେମାନେ ହିଁ ତ ଏ ଜାତିର ଭଗୀରଥ ଓ ଭାଗ୍ୟବିଧାତା । ସେମାନଙ୍କ ହସ୍ତରେ ହିଁ ସମାଧାନର ଅଖଣ୍ଡ ପ୍ରଦୀପ ଯୁଗେ ଯୁଗେ ପ୍ରଜ୍ଜ୍ଵଳିତ ହୋଇ ଜୀବନର ଅମାବାସ୍ୟାରେ ଆଲୋକ ପ୍ରଦାନ
କରିଥାଏ,
ଯାହାକି
ଦିବ୍ୟାନନ୍ଦ
ବିତରଣର ଏକ
ପ୍ରକୃଷ୍ଟ ମାର୍ଗ
।
-
Comments
Post a Comment