ଜାତୀୟ ପ୍ରତିବଦ୍ଧତାର ମହାପ୍ରାଙ୍ଗଣରେ ଏକ ସମୃଦ୍ଧ ଭାରତକୁ ନିର୍ମାଣ କରିବାର ଆଗାମୀ ସ୍ଵପ୍ନକୁ ସାକାର କରିବାକୁ ହେଲେ ଯୁବଶକ୍ତିର ଏକତା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ଜଣେ ଅନୁଭବି ହିଁ ବାସ୍ତବରେ ଅନୁଭବ କରିପାରେ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସଚେତନ ନାଗରିକମାନଙ୍କର ସଯତ୍ନ ପ୍ରଚେଷ୍ଟା ବି ଅନିବାର୍ଯ୍ୟ । କାରଣ ଦେଶ ନିର୍ମାଣର ମୁଖ୍ୟ କାରିଗର ଓ ଶିଳ୍ପୀ ଭାବରେ ଯୁବଶକ୍ତି ତଥା ନାଗରିକମାନେ ହିଁ ଅଗ୍ରଗଣ୍ୟ । ତେବେ ନାଗରିକ ଚୟନର ଏ ମହାସ୍ରୋତରେ ଯୁବଗୋଷ୍ଠୀ ସେମାନଙ୍କର ପ୍ରତିବଦ୍ଧତାକୁ ରାଷ୍ଟ୍ର ନିର୍ମାଣ ପାଇଁ ନିଷ୍ଠାର ସହ ବିନିଯୋଗ କରିପାରିଲେ ହିଁ ସ୍ଵପ୍ନିଳ ସମୃଦ୍ଧ ଭାରତବର୍ଷ ସମ୍ଭବ ହୋଇପାରିବ। ଅନ୍ୟଥା ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟା ଶିଥିଳ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। କାରଣ ଯୁବଶକ୍ତି ନିକଟରେ ନିହିତ ଥିବା ଅଫୁରନ୍ତ ସାହାସ ଓ ଧୈର୍ଯ୍ୟ ପ୍ରୌଢତ୍ଵ ଓ ବାର୍ଦ୍ଧକ୍ୟରେ ସ୍ଵପ୍ନବତ୍ ମନେ ହୋଇଥାଏ । ସୁତରାଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ଵରାନ୍ଵୀତ କରିବାକୁ ହେଲେ ଯୁବ ସୁଲଭ ପ୍ରତିଭାଙ୍କ ମଧ୍ୟରେ ଶତସିଂହର ବଳକୁ ପୁନଃ ଜାଗ୍ରତ କରିବାକୁ ହେବ । କାରଣ ସେମାନେ ଇଛା କଲେ ଅସାଧ୍ୟ ସାଧନ କରାଯାଇପାରେ। ସାଧନାର ଯଜ୍ଞବେଦୀରେ ସେମାନଙ୍କୁ ତେଣୁ ଆହୁତି ସାଜିବାକୁ ହେବ ରାଷ୍ଟ୍ରର ବୃହତ୍ତର ସ୍ଵାର୍ଥ ପାଇଁ। ରାଷ୍ଟ୍ରର ଉନ୍ନତି ହେଲେ ନାଗରିକଙ୍କର ଉନ୍ନତି ହୁଏ ଏବଂ ନାଗରିକଙ୍କର ପ୍ରଗତିରେ ରାଷ୍ଟ୍ର ପ୍ରଗତି ପଥରେ ଯାତ୍ରା କରେ। ତେବେ ରାଷ୍ଟ୍ର ଓ ନାଗରିକଙ୍କର ଏ ପରିପୂରକ ପ୍ରକ୍ରିୟାକୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ବିନିଯୋଗ କରିବାବେଳେ ଆମେ ନୀରବି ଗଲେ ସମସ୍ତ ପ୍ରଗତିର ଧାରା ଥମିଯିବ। ତେଣୁ ଆସନ୍ତୁ, ଆମ ମଧ୍ୟରେ ମୁକ୍ତାବସ୍ଥାରେ ଥିବା ପ୍ରତିବଦ୍ଧତାକୁ ପୁନଃ ଜାଗ୍ରତ କରିବା ଓ ତାକୁ ବିଶ୍ଵପ୍ରସାରି କରିବା । କାରଣ ଆଜି ବି ଆମେ ପ୍ରତିବଦ୍ଧ ଆମ ସ୍ଵପ୍ନକୁ ସାକାର କରିବା ପାଇଁ ।

Comments
Post a Comment