Stay tuned to my blog - ' ପରାଜୟର ଇତିକଥା ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 



ଆତ୍ମ-ପରାଜୟ ମାନବ ଜୀବନର ଉଜାଣି ଗତିକୁ ସର୍ବଦା ରସାତଳଗାମୀ କରିଦିଏ । ଜୀବନର ଗତିକୁ ଉର୍ଦ୍ଧ୍ଵମୁଖୀ କରିବାକୁ ହେଲେ ଆତ୍ମ-ପରାଜୟକୁ ଆହ୍ୱାନ ରୂପେ ଗ୍ରହଣ କରି ରାସ୍ତା ଚାଲିବା ବାଞ୍ଛନୀୟ। ଆତ୍ମ-ପରାଜୟ ଏକ ଅଭିଶାପ ନୁହେଁ ବରଂ ଅଲକ୍ଷ୍ୟରେ ଏହା ଏକ ଆଶିଷର ଅଦୃଶ୍ୟ ପ୍ରତିଦାନ କାରଣ ଏଥିରୁ ଉତ୍ଥିତ ଶକ୍ତିଶାଳୀ ଊର୍ଜା ମାନବକୁ ସର୍ବଦା ଆହ୍ୱାନ ମୂଳକ ଭାବେ ଜୀବନର ପ୍ରତିକୂଳ ସ୍ରୋତରେ ଗତି କରିବାକୁ ପ୍ରେରିତ କରେ। ଯେଉଁ ଆତ୍ମାଗଣ ଜୀବନ ଯମୁନାର ପ୍ରତିକୂଳ ସ୍ରୋତକୁ ଅତିକ୍ରମ କରି ସଫଳକାମୀ ହେବା ପାଇଁ ପ୍ରଚେଷ୍ଟା ଜାରି ରଖନ୍ତି, ସେମାନଙ୍କ ପାଇଁ ଜୀବନର ପ୍ରତିଟି ଦୁର୍ଘଟଣା ବା ବିଫଳତା ଶକ୍ତିର ଏକ ଏକ ନିର୍ଝରିଣୀ । ନୀରବ ମୁହୂର୍ତ୍ତର ଭାବନା ଚାଙ୍ଗୁଡ଼ିରେ ଆତ୍ମ-ପରାଜୟର ପ୍ରତିଟି ଅଂଶକୁ ସଯତ୍ନରେ ସ୍ଥାପନ କରି ଯେଉଁ ଆତ୍ମାଗଣ ନିଜ ବିଫଳତା ସମ୍ପର୍କରେ ମନ ଧ୍ୟାନ ଦେଇ ସତରେ ତର୍ଜମା କରନ୍ତି ,ସେମାନଙ୍କ ଜୀବନରେ ବିଫଳତାର ଅନ୍ଧାରୀମୁଲକ କୋଚିତ୍ କ୍ଷଣି ପାଇଁ ବି ଆସିବାକୁ ସାହାସ କରେନା । କାରଣ ସେଠି ପ୍ରଜ୍ଜ୍ଵଳିତ ହେଉଥାଏ କେବଳ ଆହ୍ୱାନର ପ୍ରଦୀପ-ଶିଖା ଆଉ ସେ ଆହ୍ୱାନଭରା ପ୍ରଦୀପ-ଶିଖାର ତେଜୋଦୀପ୍ତ ଆଲୁଅରେ ତା’ ଚତୁଃପାର୍ଶ୍ଵ ଆଲୋକର ପ୍ଲାବନରେ ଝଲସି ଥାଏ। ତେଣୁ ଏଥିରୁ ବୁଝିବାକୁ ହେବ ଯେ, ଯେଉଁ ବ୍ୟକ୍ତିଗଣ ପ୍ରତିକୂଳତାକୁ ସାଥି କରି ଜୀବନର ଯାତ୍ରା ପଥରେ ପାଦ ଥାପନ୍ତି, ସେମାନଙ୍କ ପାଇଁ ପ୍ରତିଟି ଅସୁବିଧା ନିତି ଲିଭୁଥିବା ଜହ୍ନଟିଏ ଓ ପ୍ରତିଟି ସୁବିଧା ନିତି ଉଦୟ ହେଉଥିବା ସୂର୍ଯ୍ୟଟିଏ ।  ସେମାନଙ୍କର ମାନସିକ ଶକ୍ତି, ସାହାସ ଓ ଉତ୍ସାହ  କାମଧେନୁର  ଦୁଗ୍ଧ ପ୍ରଦାନ କରିବାର ମୁହୂର୍ତ୍ତ। ପ୍ରାପ୍ତିର ପ୍ରସାଦ ସେମାନଙ୍କ ପାଇଁ ସମ୍ଭାବନାରେ ଭରା। ପ୍ରତିଟି ସମ୍ଭାବନାକୁ ତୋଳିଧରି ସେମାନେ ସମ୍ଭାବନାମାନଙ୍କୁ ବିଫଳ ଜ୍ଞାନ କରି ସେଥିପ୍ରତି ଯେଉଁ ଶ୍ରଦ୍ଧା ଓ ନିଷ୍ଠାକୁ ପ୍ରଦର୍ଶନ କରନ୍ତି, ତାହା ହିଁ ସମ୍ଭବତଃ ସେମାନଙ୍କୁ କୋଟିକରେ ଗୋଟିଏ କରି  ଆତ୍ମ- ପ୍ରକାଶ କରାଇଥାଏ ; ଆଉ ତାହା ହିଁ ବୋଧେ ସେମାନଙ୍କର ଆଦ୍ୟ ଏବଂ ଅନ୍ତିମ ପରିଚୟ ।

Comments