ଜାଗୃତି ବିନା ଜୀବନ କାହିଁ ,

ମକର ମିଳନ ବାର୍ତ୍ତା ଦିଅଇ ।

ଜୀବନ ଜୀଇଁବା ଆସ ସାଥି ହୋଇ ,

ଜାଗୃତିକୁ ଆମ ସାଥିରେ ନେଇ ।

ଜାଗୃତି ଆଜି ଅପହୃତ କିଆଁ ,

ଜାଗୃତି ବିନା ଚାଲେ କି ଦୁନିଆ ।

ସ୍ଥିର କିଆଁ ଆଜି ଜାଗୃତି ରଥ ,

ଜାଗୃତି ବିନା ଦିଶେ  ନାହିଁ  ପଥ ।

ଜାଗରଣେ ସିନା ମିଳଇ ଜୀବନ ,

ଜାଗୃତି ବିନା ହୁଏ କି ମିଳନ !

ଜୀବନ-ଯମୁନା ଉଜାଣି ଗତିରେ ,

ଜାଗୃତି ଯାଏ ଆମ ସାଥିରେ ।

ଜାଗୃତି ଥିଲେ ସାଥେ ଆମର ,

କ୍ଳାନ୍ତି ଆମର ଯାଏ ବହୁ ଦୂର ।

ନନ୍ଦିଘୋଷସମ ଜାଗୃତି ରଥ ,

ଜଗତକୁ ସଦା ଦେଖାଏ ପଥ ।

ଜାଗୃତି ପରା ଆମ ଗୁପ୍ତଧନ ,

ତା’ ପାଶେ ନାହିଁ  ବଡ଼ ଅବା ସାନ ।

ଯତ୍ନକାରୀରେ ମିଳଇ ସେ ଧନ,

ପାଶେ ନାହିଁ  ତା’ର ମାନ-ଅଭିମାନ ।

ଜାଗୃତି ଯେବେ ହୁଏ ଅପହୃତ ,

ମରଣ ଲଭଇ ଏଠି ଏ ଜଗତ ।

ଜାଗୃତି ଆମ ମାନ ରଖଇ ,

ଖୋଜିବା ତା’ରେ ଆସ ସାଥି ହୋଇ ।

ହେବ ସାର୍ଥକ ମକର ମିଳନ ,

ଆସିଲେ ଆମଠେ ସଦା ଜାଗରଣ ।      


କାମାକ୍ଷୀ ପ୍ରସାଦ ଦାଶ 

ପବିତ୍ର ମକର ମିଳନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । 

Comments