ଭାବୁକଟିଏ ଭାବନାର ଚୋରାବାଲିରେ ପ୍ରତି ମୁହୂର୍ତ୍ତରେ ପୋତି ହୋଇଯାଏ
ତା’ ଭାବନାର ରତ୍ନ ଭଣ୍ଡାରକୁ ନେଇ ଏବଂ ଚୋରାବାଲିର ସେ ଅନ୍ଧାରି ମୂଲକରେ ସାଧନାର
ପ୍ରଦୀପଟେ ଜାଳି ପ୍ରଦୀପ-ଶିଖାର ମିଞ୍ଜି ମିଞ୍ଜି
ଆଲୁଅରେ ବିଶ୍ଵବାସୀଙ୍କର ମନସ୍ତତ୍ତ୍ଵତ୍କ ପଢିବାକୁ ସଂକଲ୍ପ ନିଏ । ଭାବନାର ରତ୍ନ ଭଣ୍ଡାରରୁ ରତ୍ନ
ସଂଗ୍ରହ କରି ବିଶ୍ଵବାସୀଙ୍କର ପ୍ରାଣ-ପ୍ରାଚୁର୍ଯ୍ୟଭରା ମନସ୍ତତ୍ତ୍ଵସହ ନିଜକୁ ଯୋଡ଼ି ନିଏ । କାରଣ
ସେ’ ବୁଝି ସାରିଥାଏ ଯେ ତା’ର ସେ ଦୃଢ ସଂକଳ୍ପ ଏ
ବିଶ୍ଵବାସୀଙ୍କ ପାଇଁ ଦିନେ ନିୟନ୍ ଆଲୁଅର ପ୍ଳାବନ ସୃଷ୍ଟି କରିବ । ଭାବନାର ଚୋରାବାଲି ରାଇଜରେ
ସେ’ ତ ଅପ୍ରତିଦ୍ଵନ୍ଦୀ......ସେ’ ପୁଣି
ଅପରାଜୟ ଏଠି । ସେ’ ତ
ଭୟମୁକ୍ତ ଏବେ । ସବୁ ଯେମିତି ଉନ୍ମୁକ୍ତ ସେଠି ସେ ଦିଗ୍ବଳୟରେ । ସେ ଦିଗ୍ବଳୟ ତ ଦିଗନ୍ତ ବିସ୍ତାରି । ଅସୀମତା
ହିଁ ତ ସେ ଦିଗ୍ବଳୟର ବୈଶିଷ୍ଟ୍ୟ । ସେ
ମଧୁସ୍ପର୍ଶୀ ପରିବେଶ ମଧ୍ୟରେ ସ୍ଵପ୍ନ ଓ ସ୍ଵାଭିମାନକୁ ମୁକ୍ତ ଭାବରେ ତୋଳି ଧରିବାର ସମସ୍ତ ପଥ
ଏବେ ତ ଉନ୍ମୁକ୍ତ । ତେବେ ଏ ସୁରକ୍ଷା ବଳୟ ମଧ୍ୟରୁ ନିଜକୁ ଏ ମଣିଷ ମୁକ୍ତ କରିବ କିଆଁ !! ସେ
ପରା ଏବେ ସଂପୂର୍ଣ୍ଣ ସ୍ଵାଧୀନ......ସୂର୍ଯ୍ୟ ଭଳି ଦୀପ୍ତିମାନ ଏବଂ ଲାଳସାହୀନ । ତେଣୁ ତ ସେ ଚକ୍ରବର୍ତ୍ତୀ ଆସନର ଅଧିକାରୀ ଏବେ । ତା’ ହେଲେ ଏ ସାମ୍ରାଜ୍ୟର ପୂର୍ଣ୍ଣାହୂତି ଓ ସମୃଦ୍ଧି ପାଇଁ କ’ଣ ଆବଶ୍ୟକ ? ମାତୃଭାଷା ନା !! ତେଣୁ ଆସନ୍ତୁ , ସେ କାଳଜୟୀ
ପଂକ୍ତିକୁ ପୁନଃ ଉଚ୍ଚାରଣ କରିବା ସମୂହ ଭାବରେ –
“ ମାତୃଭୂମି ମାତୃଭାଷା
ପ୍ରତି
ମମତା ଯା ହୃଦେ ଜନମି ନାହିଁ ,
ତାକୁ ଯଦି ଜ୍ଞାନୀଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ ?”
Comments
Post a Comment