Stay tuned to my blog - " ନାରୀ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 

ସୃଷ୍ଟି ଓ ସୃଜନିର ସମ୍ପର୍କ ଅତି ନିବିଡ଼ ଏଠି। ଏଠି ଏ ସମ୍ପର୍କର ଦୋଛକିରେ ନାରୀ ସୃଷ୍ଟିର ଏକ ଦିବ୍ୟ ଉପାଦାନ। ନିଜ ମଧ୍ୟରେ ନିହିତ ଥିବା ଐଶୀଦତ୍ତ ଗୁଣାବଳୀକୁ ନିରନ୍ତର କର୍ଷଣ କରି ସେ ନିଜ ହୃଦୟ ଓ ଶରୀର ମଧ୍ୟରେ ପବିତ୍ର ଗଙ୍ଗୋତ୍ରୀର ଯେଉଁ ମନ୍ଦାକିନୀ ଧାରାକୁ ପ୍ରବାହିତ କରାଇଥାଏ, ତାହା ହିଁ ସମ୍ଭବତଃ ତା’ର ସ୍ଵତନ୍ତ୍ର ପରିଚୟ । ଆଉ ତା’ର ସେହି ପରିଚୟ ହିଁ ତ ସୃଷ୍ଟିର ଆବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ସୃଷ୍ଟିତତ୍ତ୍ଵର ସତ୍ୟକୁ ପୁନରାବୃତ୍ତି କରିଥାଏ । ନାରୀ ଅନେକ ମଧ୍ୟରେ ଏକକକୁ ସନ୍ଧାନ କରି ସୃଷ୍ଟିକୁ ତ୍ୱରାନ୍ଵିତ କରିପାରେ ବୋଲି ତ ସେ ଆଦ୍ୟାଶକ୍ତିର ଉତ୍ସ। ତା’ ମଧ୍ୟରେ ଥିବା ପ୍ରବାହମାନତା ଶାଶ୍ଵତ ଓ ଚିରନ୍ତନ ଅଟେ । ଏହି ଚିରନ୍ତନ ସ୍ରୋତ ପୁଣି ପ୍ରତିଟି ପ୍ରାଣକୁ ସ୍ପନ୍ଦିତ କରି ଏକ ଦିବ୍ୟ ଭାବନାର ତରଙ୍ଗରେ ତରଙ୍ଗାୟିତ କରେ। ମଣିଷ ମଧ୍ୟରୁ ଆସୁରିକ ପ୍ରକୃତିକୁ ଦୂରୀଭୂତ କରି ଦେବତ୍ଵକୁ ଭରିଦିଏ । ଏକ ଯନ୍ତ୍ରଣା ମୁକ୍ତ ବିଶ୍ଵ  ନିର୍ମାଣ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରେ। ମାୟା-ବିଜଡ଼ିତ ବସ୍ତୁବାଦୀ ଜୀବନକୁ ଆଧ୍ୟାତ୍ମିକତାରେ ଭରିଦିଏ । ମଣିଷ ହୃଦୟରେ ସମ୍ଭାବନାର ପ୍ରଦୀପ ପ୍ରଜ୍ଵଳନ କରି ଏ ବିଶ୍ୱ ମଣ୍ଡଳରେ ଏକ ସକରାତ୍ମକ ଦିଗ୍ ବଳୟକୁ ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖାଏ । ତା’ ହୃଦୟର ମାନ - ଅଭିମାନ, ସ୍ୱପ୍ନ ଓ ସ୍ଵାଭିମାନ, ତା’ ହେଲେ ଆଜି କାହିଁକି ଭୁଲୁଣ୍ଠିତ? ସେ ସର୍ବଂସହାର ପ୍ରତିରୂପ ବୋଲି ଆଜି କ’ଣ ନିର୍ଯାତିତା ? ଆସନ୍ତୁ, ଥରଟିଏ ତର୍ଜମା କରିବା ନାରୀ ମନର ମନସ୍ତତ୍ଵକୁ  । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ବେଳେ ସେମାନଙ୍କର ସ୍ଵପ୍ନ ଓ ସ୍ଵାଭିମାନକୁ ମର୍ଯ୍ୟାଦା ଦେବା । କାରଣ ସେମାନେ ପରା ଏ ସୃଷ୍ଟିର ଆଦ୍ୟ ଏବଂ ଅନ୍ତିମ ସତ୍ତା । ସମୃଦ୍ଧିର ପୂର୍ଣ୍ଣାହୁତି ସେମାନେ। ପ୍ରେମ, ଜ୍ଞାନ, ଶକ୍ତି ଓ ସୌନ୍ଦର୍ଯ୍ୟର କଷଟି ପଥରରେ ନାରୀଟିଏ ବାରମ୍ବାର ପରୀକ୍ଷିତ ହୋଇ ନିଜ ସତ୍ୟନିଷ୍ଠତାକୁ ପ୍ରମାଣିତ କରିଛି ବାରମ୍ବାର ଇତିହାସର ନୀରବ ପୃଷ୍ଠାରେ। ତେଣୁ ତ ଆଜି "ବେଟି ବଚାଓ” ନାରାରେ ପ୍ରକମ୍ପିତ ଏ ଭାରତ ଭୂଇଁ।

 

 

 

 

 

Comments