Stay tuned to my blog - ' ମହକ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

       

ଏକ ପ୍ରତୀକାତ୍ମକ ପ୍ରତିଛବିକୁ ନେଇ ମଣିଷ ଜୀବନର ପ୍ରତି ମୁହୂର୍ତ୍ତରେ ଆଭିର୍ଭାବ ହେଉଥିବା ବିବିଧ ଘଟଣା ଓ ଦୁର୍ଘଟଣା କେତେବେଳେ ପ୍ରକୃତି ପ୍ରଦତ୍ତ ତ ଅନ୍ୟ କେତେବେଳେ ମାନବକୃତ। ତେବେ ଉଭୟ କ୍ଷେତ୍ରରେ ଏହା ମାନବ ସମାଜ ପାଇଁ ନିଃସନ୍ଦେହରେ ଏକ ଶୁଭ ସଙ୍କେତ । ଅବଶ୍ୟ ଏହି ପ୍ରତୀକାତ୍ମକ ଘଟଣାବଳିକୁ ନେଇ ସାଧାରଣ ସମାଜରେ ଅନେକ ଲୋକକଥା ପ୍ରଚଳିତ ଥିଲେ ହେଁ  ପ୍ରତିଟି ଘଟଣାକୁ ସାମାଜିକ ବ୍ୟାଧି ବା ଅନ୍ଧବିଶ୍ଵାସର ଦ୍ୱାହି ଦେଇ ଅଣଦେଖା କରିବା ଅସମୀଚୀନ ମନେ ହୋଇଥାଏ। ପ୍ରତୀକ ବିନା ପ୍ରଗତିର ଧାରା ଯେ ଶିଥିଳ ହୋଇପଡେ ଏହା ମୁକ୍ତକଣ୍ଠରେ ଶିକାର କରାଯାଇପାରେ। କାରଣ ପ୍ରତୀକାତ୍ମକ ଭାବେ ଜୀବନଟିଏ ଜିଇଁବାକୁ ହେଲେ ପ୍ରତିଟି ମଣିଷକୁ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଦ୍ଵାରା ଅନୁପ୍ରାଣିତ ହେବା ବିଧେୟ। ଏହି ଆଦର୍ଶ ହିଁ ପ୍ରତୀକଟିଏ ସାଜି ମଣିଷ ପାଇଁ ତା ଅଦୃଶ୍ୟ ଇଙ୍ଗିତରେ ବାଟ କଢାଇ ନିଏ ଏବଂ ଆବଶ୍ୟକ ସ୍ଥଳେ ହାତ ଧରି ଆଗକୁ ବଢିବା ପାଇଁ ସାହାଯ୍ୟ କରେ, ତେଣୁ ତ ପ୍ରତୀକ ଓ ପ୍ରଗତି ସମୟର ନଦୀବନ୍ଧ ଉପରେ ପରସ୍ପର ଆଡ଼କୁ ସ୍ଵତଃ ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଦିବାଲୋକରେ ଅନୁଭୂତିକୁ ନିଃସର୍ତ୍ତରେ ବିତରଣ କରି ବିଶ୍ଵ ସମାଜକୁ ଏକ ଦିବ୍ୟଧାମ ଆଡ଼କୁ ଗତିଶୀଳ କରାନ୍ତି। ତେଣୁ ତ ଏ ବିଶ୍ଵ ଏକ ଅନାର୍ଯ୍ୟ ସ୍ଥିତିରୁ ଏକ ଆର୍ଯ୍ୟ ସ୍ଥିତି ଆଡ଼କୁ ଗତି କରି ଚାଲିଛି ନିରନ୍ତର । ଏ ପ୍ରବାହ ନିରନ୍ତର ଜାରି ରହିଛି ବୋଲି ତ ଆମେ ଏକ ଦିବ୍ୟ ଚେତନାଶୀଳ ସ୍ତରକୁ ଧୀରେ ଧୀରେ ଉତ୍ତୀର୍ଣ୍ଣ ହୋଇ ଚାଲିଛୁ ଆଉ ଏ  ପ୍ରତୀକ ଓ ପ୍ରଗତିର ଯାତ୍ରା ପଥରେ ଦିବ୍ୟପୁରୁଷ ମାନଙ୍କର ଭୂମିକା ଅତୀବ ଗୁରୁତ୍ଵ ବହନ କରେ। କାରଣ ସେମାନଙ୍କର ଜୀବନବ୍ୟାପି ସାଧନାର ପ୍ରତିଟି ପର୍ଯ୍ୟାୟ ଏକ ଏକ ପ୍ରତୀକାତ୍ମକ ପ୍ରତିଛବିର ରୂପ ନେଇ ବିଶ୍ଵ ସମ୍ମୁଖରେ ଆତ୍ମ ପ୍ରକାଶ କରେ ଏବଂ ତା ଚୁମ୍ବକୀୟ ଆକର୍ଷଣରେ ପ୍ରାଣୀ ଜଗତକୁ ଉର୍ଦ୍ଧ୍ଵଗାମୀ କରିଥାଏ ଓ ଏ ସୃଷ୍ଟିକୁ ଦିବ୍ୟମହକରେ ଭରି ଦିଏ ।

Comments