ପ୍ରବାହ ବିନା ଜୀବନ ଏଠି ସ୍ଥାଣୁ ପ୍ରାୟ। ଇତିହାସର ବୃତ୍ତୀୟ ଗତିରେ ସାଗରର ତରଙ୍ଗାୟିତ ଢେଉସମ ଜୀବନ ଢେଉ ଏଠି ଗତିଶୀଳ। ପୁନଃପୌନିକ ଗତିରେ ଘୂର୍ଣ୍ଣନଶୀଳ ଜୀବନଚକ୍ର ସ୍ଵୟଂଚାଳିତ ଚକ୍ରଟିଏ ଭଳି ଘୂରି ଘୂରି ପ୍ରତି ମୁହୂର୍ତ୍ତରେ ସନ୍ଦେଶ ଦେଇ ଚାଲିଛି ‘କେହି କାହାରିକୁ ଏଠି ପ୍ରତୀକ୍ଷା କରନ୍ତିନି’ । ପ୍ରତୀକ୍ଷିତ ମୁହୂର୍ତ୍ତମାନେ ଏଠି ଅର୍ଥହୀନ ଅନୁଶୋଚନା କରି ବିବ୍ରତ ହେବା ହିଁ ସାର । ଜୀବନ ଯୁଦ୍ଧରେ ଜୟ - ପରାଜୟ, ପ୍ରତୀକ୍ଷା - ତିତିକ୍ଷା ଓ ସଂଘର୍ଷ- ସାଲିସ୍ ସବୁ ଯେମିତି ଏକାକାର ଏଠି। ଇତିହାସର ପୃଷ୍ଠାରେ ଅବଲୁପ୍ତ ପ୍ରାୟ ବାଦବିବାଦ, ଯୁଦ୍ଧବିଭୀଷିକା ସବୁ ଯେମିତି ଶୀତୁଆ ସକାଳର ମିଷ୍ଟ ଏଠି। ପ୍ରକୃତି କୋଳରେ ଋତୁଚକ୍ର ସଂଗଠିତ ହେବା ଭଳି ଜୀବନଚକ୍ର ଏଠି ତା'ର ଘୂର୍ଣ୍ଣନ ଗତିକୁ ପ୍ରତିପାଦନ କରେ ଏବଂ ଏହି ଘୂର୍ଣ୍ଣନ ଗତିରେ ପ୍ରତିଟି ପର୍ଯ୍ୟାୟରେ ଋତୁର ରଙ୍ଗ ବଦଳିବା ଭଳି ଜୀବନର ରଙ୍ଗ ବଦଳିଥାଏ। ଏହା ହିଁ ମଣିଷକୁ ଅନୁଭୂତି ପ୍ରଦାନ କରେ। ଅନୁଭୂତିର କଷଟି ପଥରରେ ପ୍ରତି ମୁହୂର୍ତ୍ତରେ ଏଠି ଏ ମାନବ ନିଜକୁ ବାରମ୍ବାର ଶାଣିତ କରେ ଏବଂ ସାମାଜିକ ବନ୍ଧନର ତାଜମହଲ ନିର୍ମାଣ କରିବାର ସ୍ଵପ୍ନ ଦେଖେ। ତା’ର ସେ ସାଇତା ସ୍ଵପ୍ନକୁ ଫଳବତୀ କରିବାର ଆଶାନେଇ ସେ ଆଗେଇ ଚାଲେ ଜୀବନର ବନ୍ଧୁରମୟ ପଥରେ। ସେ ପଥରେ ଏକ ଖିଆଲି ମନ ନେଇ ଅତିକ୍ରମ କରୁ କରୁ କେଜାଣି କେତେବେଳେ ଜୀବନର ଅପରାହ୍ନରେ ପହଞ୍ଚିଯାଏ। ହେଲେ ଏ କ'ଣ ? ଜୀବନର ଅପରାହ୍ନରେ ତା’ ସାଇତା ସ୍ଵପ୍ନରେ ଅଦିନିଆ ଝଡ଼ର ଆହବକୁ ଦେଖି ସେ ଚମକି ଉଠେ! ଏବେ ସେ ତା ଖିଆଲି ମନକୁ ନେଇ ଅନୁଶୀଳନ କରେ। ଅଦିନିଆ ଝଡ଼ର କାରଣ ଖୋଜେ। ଝଡ଼ରୁ ମୁକୁଳି ଆସିବା ପାଇଁ ତା’ ଅନୁଭୂତିକୁ ସାଉଁଟି ଆଣେ। ତା’ ସାଉଁଟା ଅନୁଭୂତିର ପାଖୁଡ଼ାସବୁ ତାକୁ ଯେମିତି କହୁଥାନ୍ତି, ହେ ମାନବ ! ନିଷ୍ଠା ବିନା ସାଇତା ସ୍ଵପ୍ନ ସକାଳର କୁହୁଡ଼ି ଭଳି ସୂର୍ଯ୍ୟର ଆଗମନରେ ଉଭେଇ ଯାଏ । ତାଜମହଲ ନିର୍ମାଣ କ'ଣ ଶିଳ୍ପୀର ନିଷ୍ଠା ବିନା ସମ୍ଭବ? ହଁ ,ଏ ବି ତ ଏକ ଅନୁଭୁତି ଜୀବନକୁ ନୂଆ କରି ଗଢ଼ିବା ପାଇଁ !

Comments
Post a Comment