ଏ ବିଶ୍ୱ ବ୍ରହ୍ମାଣ୍ଡ
ବିଶ୍ଵାସର ମୂଳଦୁଆ ଉପରେ ହିଁ ପ୍ରତିଷ୍ଠିତ। ଏଠି
ବିଶ୍ଵାସର ଦୋଛକିରେ ମଣିଷ ସର୍ବଦା ଭ୍ରମିତ ହୋଇପଡ଼େ। ଭିନ୍ନ ଭିନ୍ନ ଉପାଦାନକୁ ନେଇ ଏକାଭଳି ପରିଦୃଷ୍ଟ
ହେଉଥିବା ଏ ଉପାଦାନ ଗୁଡ଼ିକ ମଣିଷ ଜୀବନରେ ଯେଉଁ ମୃଗତୃଷ୍ଣାର ଭ୍ରମ ସୃଷ୍ଟି କରନ୍ତି, ତାହା ହିଁ ସମ୍ଭବତଃ ଏ ସୃଷ୍ଟିର ଅନ୍ୟତମ ବୈଚିତ୍ର୍ୟ। ତେଣୁ ତ କୁହାଯାଏ,"All that glitterings is not gold।"ତେବେ ଜୀବନକୁ ସହଜ
ଓ ସୁରଭିତ କରିବା ନିମିତ୍ତ ଯେକୌଣସି ନିଷ୍ପତ୍ତି ଗ୍ରହଣ କରିବା ବେଳେ ମଣିଷ ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇଯାଏ। ବିଶ୍ଵାସର ଦୋଛକିରେ ତା’ ପାଇଁ ବିଷ ଓ ଅମୃତ ମଧ୍ୟରେ ପାର୍ଥକ୍ୟ ବାରିବା ଏକ ଦୁଃସହ ବ୍ୟାପାର ହୋଇପଡ଼େ। ତେବେ ଏଭଳି ପରିସ୍ଥିତିରେ ମଣିଷ ଯଦି ବିବେକର
ଅଧୀନ ହୋଇ ତା
ତୃତୀୟ ନୟନରେ
ଭବିଷ୍ୟତକୁ ସନ୍ଦର୍ଶନ କରି କାର୍ଯ୍ୟ କରିପାରେ, ତା’ ହେଲେ ହିଁ ଜୀବନ ତା’ ପାଇଁ ମଧୁମୟ
ହୋଇଯାଏ। ତେଣୁ ଆସନ୍ତୁ ,ଜୀବନର ରଙ୍ଗମଞ୍ଚରେ ବିଶ୍ଵାସ ଓ ଭରଷାର ଦୋଛକିରେ ଯେକୌଣସି ଜଟିଳ ନିଷ୍ପତ୍ତିକୁ ଗ୍ରହଣ କରିବା ବେଳେ ବିବେକାନୁମୋଦିତ ନିଷ୍ପତ୍ତି ପ୍ରତି ଗୁରୁତ୍ୱାରୋପ କରି ପ୍ରଗତିର
ପଥରେ ପାଦ ଥାପିବା ଏବଂ ଏ ପ୍ରଗତିର ପ୍ରଲମ୍ବିତ ପଥରେ ଏକାନ୍ତରେ ଯାତ୍ରା କରିବା ପାଇଁ ଭୟଭୀତ ହେବାନାହିଁ। କାରଣ ପ୍ରତିଟି ସଫଳ ଯାତ୍ରାର ପ୍ରଲମ୍ବିତ ପଥରେ ଆଦ୍ୟାବସ୍ଥାରେ ଏକାନ୍ତରେ ହିଁ ବହୁବିଧ ନାସ୍ତିସୂଚକ ସମାଲୋଚନାର
ଶିକାର ହୋଇ ପାଦ ଥାପିବାକୁ ହୁଏ ; ଏବଂ ପରେ ପରେ
ନିଜର ଧୈର୍ଯ୍ୟ ଓ ସାହାସଜନିତ ପ୍ରତିଷ୍ଠା ପ୍ରାପ୍ତି ପରେ ଏ ଏକାନ୍ତ ଯାତ୍ରା ବହୁ ଅନୁଗାମୀଙ୍କ
ଦ୍ଵାରା ବିମଣ୍ଡିତ ହୁଏ। ଏ ବିମଣ୍ଡନ ହିଁ ତ ମଣିଷକୁ ସଫଳତାର ଶୀର୍ଷ ସୋପାନକୁ ଉନ୍ନୀତ କରାଇଥାଏ। ତା’ ହେଲେ ସେ ପଥ ଓ ରଥ ଆମକୁ ଏବେ ପ୍ରତୀକ୍ଷା କରିଛି - ଆଉ ବିଳମ୍ବ ନ କରି ଅନୁଗାମୀମାନଙ୍କର ଆଗମନ ପୂର୍ବରୁ
ଏକାନ୍ତରେ ଯାତ୍ରା କରିବା ଆସନ୍ତୁ !
Comments
Post a Comment