Stay tuned to my blog - 'ପ୍ରେମର ଅତୀନ୍ଦ୍ରିୟ ମହିମା' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


ପ୍ରେମ କେବଳ ଏକ ଭାବନା ନୁହେଁ; ଏହା ହେଉଛି ଆତ୍ମାର ଗଭୀରତମ ବିଶ୍ୱାସ, ଯାହା ମଣିଷକୁ ଚେତନାର ସର୍ବୋଚ୍ଚ ଶିଖରକୁ ଉନ୍ନୀତ କରିଥାଏ। ଯେତେବେଳେ ହୃଦୟ ପ୍ରେମର ଅମୃତସ୍ରୋତରେ ଅବଗାହନ କରେ, ସେତେବେଳେ ତୁଳନା, ପ୍ରତିସ୍ପର୍ଦ୍ଧା ଓ ବିଚାରର ସମସ୍ତ ସୀମାରେଖା ବିଲୀନ ହୋଇଯାଏ। ସେହି ଦିବ୍ୟ ଅନୁଭୂତିର ରାଜ୍ୟରେ କେବଳ ଏକତ୍ୱର ସଙ୍ଗୀତ, ବୁଝାମଣାର ସୌରଭ ଓ ନିଷ୍କଳୁଷ ସମ୍ପର୍କର ଅନନ୍ତ ସୌନ୍ଦର୍ଯ୍ୟ ବିକଶିତ ହୁଏ। ପ୍ରେମ ମଣିଷକୁ ସ୍ୱାର୍ଥର ସଂକୀର୍ଣ୍ଣତାରୁ ମୁକ୍ତ କରି ବିଶ୍ୱମାନବତାର ବିରାଟ ଆକାଶରେ ବିହରଣ କରିବାର ଶକ୍ତି ପ୍ରଦାନ କରେ। ଏହା ହିଁ ଜୀବନର ସର୍ବୋତ୍ତମ ଐଶ୍ୱର୍ଯ୍ୟ ଓ ଆତ୍ମିକ ଉତ୍କର୍ଷର ଦିବ୍ୟ ପଥ।  ଏହା ଏକ ଅନନ୍ତ ଯାତ୍ରାର ସ୍ରୋତ; କିନ୍ତୁ କୌଣସି ଏକ ଗନ୍ତବ୍ୟ ସ୍ଥଳ ନୁହଁ । ତେଣୁ ତ ଏହା ଜୀବନର ଏକ ଚିରନ୍ତନ ଯାତ୍ରା । ଏହାର ପ୍ରତ୍ୟେକ ପଦକ୍ଷେପ ହୃଦୟକୁ ସ୍ପନ୍ଦିତ କରିଥାଏ ଓ ସ୍ନିଗ୍ଧତାରେ ଭରିଦିଏ । ଆତ୍ମାକୁ ଏକ ପ୍ରଶାନ୍ତି ନିଳୟ ଆଡ଼କୁ ପଥ କଢାଇ ନିଏ, ଏବଂ ପରିଶେଷରେ ଜୀବନକୁ ଗଭୀର ଅର୍ଥ ପ୍ରଦାନ କରେ । ଏହାର ସ୍ରୋତରେ ଭାସମାନ ମଣିଷ ସମୟ ବୁକୁରେ ନିରନ୍ତର ନିଜ ଅସ୍ତିତ୍ଵର ନବ ଦିଗନ୍ତକୁ ଆବିଷ୍କାର କରେ । ଯେଉଁ ମୁହୂର୍ତ୍ତରେ ପ୍ରେମର ବିକାଶ ଥମିଯାଏ, ସେହି ମୁହୂର୍ତ୍ତରେ ଜୀବନର ସ୍ପନ୍ଦନ କ୍ଷୀଣ ହୋଇଯାଏ । ପ୍ରକୃତ ପ୍ରେମ ପ୍ରାପ୍ତିରେ ନୁହଁ ବରଂ ନିରନ୍ତର ତ୍ୟାଗ, ଅନୁଭବ, ଆତ୍ମସମର୍ପଣ ଓ ଆତ୍ମବିକାଶ ମାଧ୍ୟମରେ ଉପଲବ୍ଧ ହୋଇଥାଏ । ତେଣୁ ତ ଏହା ଅନନ୍ତ, ଅକ୍ଷୟ ଓ ଚିରଜାଗ୍ରତ ।

 

Comments