Stay tuned to my blog - ' ଅନୁଭୂତି ପ୍ରଗତିର ଦ୍ୟୋତକ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ଅନୁଭବ, ଜୀବନ ଜିଇଁବାର ଏକ କଷଟି ପଥର; ଯାହାକି ଅତୀତର ସ୍ମୃତି, ବିସ୍ମୃତି ଓ ଅନୁଭୂତିକୁ ତର୍ଜମା କରି ସଫଳତା ଓ ବିଫଳତାର ମୂଲ୍ୟାଙ୍କନ କରିଥାଏ । ଜୀବନର ପ୍ରତ୍ୟେକ ଅନୁଭୂତି ଆମ ପାଇଁ ଏକ ନୂତନ ଶିକ୍ଷାର ଦ୍ୱାର ଉନ୍ମୁକ୍ତ କରେ। କେତେବେଳେ ସଫଳତା ଆମ ମନରେ ଆତ୍ମବିଶ୍ୱାସର ଆଲୋକ ଜାଳେ ତ ଆଉ କେତେବେଳେ ବିଫଳତା ଆମକୁ ଆତ୍ମସମୀକ୍ଷା ଓ ଆତ୍ମସଂଶୋଧନର ପଥ ଦେଖାଏ। ତେବେ ଉଭୟ କ୍ଷେତ୍ରରେ ମାନବକୁ ଜାଗୃତିର ମହାମନ୍ତ୍ରରେ ଅଭିମନ୍ତ୍ରିତ କରିଥାଏ ଅନୁଭୂତି ।

ଅତୀତକୁ କେବଳ ସ୍ମୃତିର ଭଣ୍ଡାର ଭାବେ ସାଇତି ରଖିବା ଜୀବନର ଉଦ୍ଦେଶ୍ୟ ନୁହେଁ; ବରଂ ସେଥିରୁ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ ଓ ସୌନ୍ଦର୍ଯ୍ୟମୟ କରିବା    ହିଁ ଜଣେ ସଚେତନ ନାଗରିକର ଆଭିମୁଖ୍ୟ । ନିଜ ଅନୁଭବକୁ ବିବେକର ନିକିତିରେ ତଉଲି ପାରିଲେ ହିଁ  ଅତୀତର ତ୍ରୁଟିଯୁକ୍ତ ଅନୁଭୂତି ବି ବର୍ତ୍ତମାନ ସ୍ଥିତିରେ ତ୍ରୁଟିକୁ ସଜାଡି ଥାଏ ଏବଂ ସଫଳତାର ତାଜମହଲକୁ ନିର୍ମାଣ କରିଥାଏ ।

ସମୟ ସ୍ରୋତରେ ପରିବର୍ତ୍ତିତ ହେଉଥିବା ମଣିଷର ଚିନ୍ତନ ପରିସ୍ଥିତି ଅନୁଯାୟୀ କିଭଳି ନିୟନ୍ତ୍ରଣ  କରିବାକୁ  ହୁଏ ତାହା ଅତୀତ ଅନୁଭୂତିରୁ ହିଁ ସଂଗୃହିତ ଓ ସମନ୍ଵିତ ହୋଇଥାଏ। ତେଣୁ ଅତୀତ , ଅନୁଶୋଚନାର ଦୁଃଖାନ୍ତ ପାହାଡ଼ଟିଏ ନୁହଁ ବରଂ  ଆତ୍ମବିକାଶର ଆଧାର ଅଟେ । କାରଣ ଅନୁଭବରୁ ଜ୍ଞାନ, ଜ୍ଞାନରୁ ବିବେକ ଏବଂ ବିବେକରୁ ପ୍ରଗତିର ପଥ ଉନ୍ମୁକ୍ତ  ହୁଏ ।   ଏହା ହିଁ ଜୀବନର ସାର୍ଥକତା ।

ତେଣୁ ତ  ଅତୀତ ମଣିଷର ‘ମାର୍ଗଦର୍ଶକ’ , ବର୍ତ୍ତମାନ ‘କର୍ମଭୂମି’ ଏବଂ ଭବିଷ୍ୟତ 'ସମ୍ଭାବନାର ନୂତନ ଦିଗନ୍ତ’ ।

Comments